ETV Bharat / state

ଜହର ପିଉଛନ୍ତି ଝିକିଡୁଙ୍ଗୁରୀବାସୀ ! 3ବର୍ଷରେ 12 ମୃତ୍ୟୁ - 12 ଜଣଙ୍କର ଅକାଳ ମୃତ୍ୟୁ

ପାଣି ନୁହେଁ ବିଷ ପିଉଛନ୍ତି ଗାଁ ଲୋକେ ! ଗତ ତିନି ବର୍ଷରେ ଫ୍ଲୋରାଇଡ ଯୁକ୍ତ ବିଷାକ୍ତ ପାଣି ପିଇ ଏଯାବତ 12 ଜୀବନ ଗଲାଣି । ଅଧିକ ପଢ଼ନ୍ତୁ...

poisonous fluoride water,  fluoride water  takes 12 life, 12 dies in 3 years, water nuapada's jhikidungri, jhikidungri village, ନୂଆପଡା କୋମନାରେ ଜଳ ଜହର, ଫ୍ଲୋରାଇଡ ଯୁକ୍ତ ବିଷାକ୍ତ ପାଣି, 12 ଜଣଙ୍କର ଅକାଳ ମୃତ୍ୟୁ, ଆଦିବାସୀ ବହୁଳ ଝିକିଡୁଙ୍ଗୁରୀ ଗାଁ
ନୂଆପଡା କୋମନାରେ ଜଳ ଜହର, 3 ବର୍ଷରେ ନେଲାଣି 12 ମୁଣ୍ଡ
author img

By

Published : Dec 13, 2019, 6:36 PM IST

ନୂଆପଡା: ଜିଲ୍ଲାର କୋମନା ବ୍ଲକ ସ୍ଥିତ ଅବହେଳିତ ଆଦିବାସୀ ବହୁଳ ଝିକିଡୁଙ୍ଗୁରୀ ଗାଁ ଲୋକଙ୍କୁ ଦାଉ ସାଧୁଛି ଫ୍ଲୋରାଇଟ ଯୁକ୍ତ ବିଷାକ୍ତ ପାଣି । ବିଷାକ୍ତ ପାଣି ସେବନ କରି 2017 ମସିହାରୁ 2019 ପର୍ଯ୍ୟନ୍ତ ବିଗତ 3ବର୍ଷ ମଧ୍ୟରେ 12 ଜଣ ମହିଳା ପୁରୁଷଙ୍କ ଅକାଳରେ ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଝିକିଡ଼ୁଙ୍ଗୁରୀ ଗାଁ ପ୍ରତି ଦୃଷ୍ଟିଦେଇ ବିଷୁଦ୍ଧ ପାନୀୟ ଜଳ ଯୋଗାଇଦେବା ଜରୁରୀ ହୋଇପଡିଛି ।

ନୂଆପଡା କୋମନାରେ ଜଳ ଜହର, 3 ବର୍ଷରେ ନେଲାଣି 12 ମୁଣ୍ଡ

ଝିକିଡୁଙ୍ଗୁରୀ ଗାଁକୁ ଦାଉ ସାଧୁଛି ମାତ୍ରାଧିକ ଫ୍ଲୋରାଇଡ ମିଶ୍ରିତ ବିଷାକ୍ତ ପାଣି । ବିଗତ 3 ବର୍ଷ ମଧ୍ୟରେ ଗାଁର ଗହଟିଆ ମାଝୀ, ଭାସ୍କର ମାଝୀ, ହେମ ମାଝୀ, ରୂପ ସିଂ ମାଝୀ, ଚମରୁ ମାଝୀ, ହୋମ ମାଝୀ ଭଳି 12 ଜଣ ବ୍ୟକ୍ତିଙ୍କ ଅକାଳରେ ଜୀବନ ଯାଇଛି । ବିଷାକ୍ତ ପାଣି ପିଇବା ପରେ ପ୍ରଥମେ ଦାନ୍ତ ମାଢି କଳା ପଡିଯାଏ ଆଉ ତା ପରେ ଅଣ୍ଟା ଗଣ୍ଠି ଦରଜ ହୋଇ ଅକର୍ମଣ୍ୟ ହୋଇ ଯାଆନ୍ତି ଲୋକେ । କମ ବୟସରେ ବୟସ୍କ ହୋଇ ଶେଷରେ ମୃତ୍ୟୁକୁ ଆଦରି ନିଅନ୍ତି ଝିକିଡ଼ୁଙ୍ଗୁରୀବାସୀ ।

ସରକାର ଗାଁ ଗାଁ କୁ ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଦିବାସୀ ବହୁଳ ଝିକିଡୁଙ୍ଗୁରୀ ଗାଁକୁ ପହଞ୍ଚି ପାରିଲା ନାହିଁ ବିଶୁଦ୍ଧ ପାନୀୟ ଜଳ । ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ମାତ୍ରାଧିକ ଫ୍ଲୋରାଇଡ଼ ମିଶ୍ରିତ ବିଷ ପାଣି ପିଇ ମୃତ୍ୟୁ ମୁଖରେ ପଡୁଥିବା ଦେଖାଦେଇଛି ।

ବାରମ୍ବାର କୋମନା ବିଡିଓ, ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ମିଳିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଝିକିଡ଼ୁଙ୍ଗୁରୀ ଗାଁ ମୃତ୍ୟୁ ଘଟଣାକୁ ସରପଞ୍ଚ ଅମରେଶ ଚନ୍ଦ୍ର ପଟ୍ଟନାୟକ ସ୍ଵୀକାର କରିଛନ୍ତି । ଆସନ୍ତା 15 ଦିନ ମଧ୍ୟରେ ଝିକିଡ଼ୁଙ୍ଗୁରୀ ଗାଁକୁ ପାଇପ ଯୋଗେ ବିଷୁଦ୍ଧ ପାନୀୟ ଜଳ ଯୋଗାଇ ଦେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.