ETV Bharat / state

5 ଡକାୟତ ଗିରଫ, ଲକ୍ଷାଧିକ ଟଙ୍କା-ଅଳଙ୍କାର ଜବତ - ନୂଆପଡା ଡକାୟତି

ନୂଆପଡା ଖଡିଆଳ ପୋଲିସକୁ ବଡ ସଫଳତା । 5 ଜଣ ଦୁର୍ଦ୍ଦାନ୍ତ ଡକାୟତ ଗରିଫ । ଗତ ଫେବୃୟାରୀ 1 ତାରିଖରେ ସତ୍ୟପ୍ରିୟ ମୁଣ୍ଡଙ୍କ ବାସଭବନରୁ ସଶସ୍ତ୍ର ଡକାୟତି ମାମଲାରେ ଥିଲେ ସମ୍ପୃକ୍ତ । ଅଧିକ ପଢନ୍ତୁ...

5 ଡକାୟତ ଗିରଫ, ଲକ୍ଷାଧିକ ଟଙ୍କା-ଅଳଙ୍କାର ଜବତ

author img

By

Published : Mar 2, 2021, 4:52 PM IST

ନୂଆପଡା: ଜିଲ୍ଲା ଖଡିଆଳ ପୋଲିସକୁ ବଡ ସଫଳତା । 5 ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଏକ ଲକ୍ଷ 2 ହଜାର 500 ନଗଦ ଟଙ୍କା, 30 ଗ୍ରାମ ସୁନା ଗହଣା, ଏକାଧିକ ମୋବାଇଲ, ଚୋରିରେ ବ୍ୟବହୃତ କାର, ଦୁଇଟି ବାଇକ, ଲୁହାରଡ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେମାନଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

5 ଡକାୟତ ଗିରଫ, ଲକ୍ଷାଧିକ ଟଙ୍କା-ଅଳଙ୍କାର ଜବତ

ସୂଚନାଯୋଗ୍ୟ, ଖଡିଆଳ ଥାନା ଅନ୍ତର୍ଗତ ବରଗାଁ ନିବାସୀ ସତ୍ୟପ୍ରିୟ ମୁଣ୍ଡଙ୍କ ବାସଭବନରୁ ଫେବୃୟାରୀ 1 ତାରିଖ ରାତ୍ରି ପ୍ରାୟ 1 ଟା 30 ସମୟରେ ସଶସ୍ତ୍ର ଡକାୟତି ହୋଇଥିଲା । କିଛି ଦୁର୍ବୃତ୍ତ ଘର ପଛପଟ ଗେଟ୍ ଭାଙ୍ଗି ଘରେ ପଶିଥିଲେ । ଘର ମାଲିକ ସତ୍ୟପ୍ରିୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନଗଦ 7 ଲକ୍ଷ 50 ହଜାର ଟଙ୍କା ଏବଂ 20 ତୁଲା ସୁନା ଗହଣା ଲୁଟି ନେଇଥିଲେ । ଏନେଇ ସେ ଖଡିଆଳ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଏକ ମାମଲା ରୁଜୁ କରାଯାଇ ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଖଡିଆଳ ଏସଡିପିଓ, ଆଇଆଇସିଙ୍କ ନେତୃତ୍ବରେ 2ଟି ପୋଲିସ ଟିମ୍ ଜୋରଦାର ଛାନଭିନ୍ ଆରମ୍ଭ କରିଥିଲେ । ତଦନ୍ତ ପ୍ରକ୍ରିୟାରେ ସାଇଣ୍ଟିଫିକ ଟିମ୍, ଡଗ ସ୍କ୍ବାଡ ଏବଂ ସାଇବର ସେଲର ସହଯୋଗରେ ସମ୍ପୃକ୍ତ ନୂଆପଡା ଜିଲ୍ଲାର ଜଣେ ଏବଂ ବଲାଙ୍ଗୀର ଜିଲ୍ଲାର 4 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.