ନୂଆପଡା: ନୂଆପଡାରେ ଆରମ୍ଭ ହୋଇଯାଇଛି ଚାଷ କାମ । ଧାନବୁଣା ଓ ତଳି ପକା କାମରେ ମଜ୍ଜି ଯାଇଛି ଚଷାପୁଅ । ଗହିରିଆ ଖାଲ ଜମି ଗୁଡିକରେ ସ୍ବର୍ଣ୍ଣ, କନକଚମ୍ପା, ପୂଜା ଜାତୀୟ 120 ଦିନିଆ ଧାନବୁଣା କାମ ଆରମ୍ଭ କରିଦେଇଛି ଚାଷୀ । ଚଳିତ ବର୍ଷ ଭଲ ବର୍ଷା ହେଉଥିବାରୁ ଚାଷ ଜମିରେ ସୁନା ଫସଲ ଫଳାଇବାର ଆଶା ବାନ୍ଧିଛି ଚାଷୀ । କୋମନା, ସିନାପାଲି, ଖଡ଼ିଆଳ, ନୂଆପଡା ଓ ବୋଡେ଼ନ ବ୍ଳକ ଅଞ୍ଚଳରେ କ୍ଷେତରେ ଧାନବୁଣା କାମ ଆରମ୍ଭ ହୋଇଯାଇଛି ।
ଜିଲ୍ଲା କୃଷି ବିଭାଗ ଚଳିତ ଖରିଫ ବର୍ଷରେ ଜିଲ୍ଲାରେ ସମୁଦାୟ 29 ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ କରିବାପାଇଁ ଲକ୍ଷ ଧାର୍ଯ୍ୟ କରିଛି । ସେହିଭଳି 12ଶହ ହେକ୍ଟର ଚାଷ ଜମିରେ ଅଣଧାନ ଫସଲ ମୁଗ, ବିରି, କୋଳଥ, କପା, ହରଡ଼, ଚିନାବାଦାମ ଚାଷ କରିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି । ଅପରପକ୍ଷେ ଚାଷୀମାନେ ମୃତ୍ତିକା ପରୀକ୍ଷା କରି ଆବଶକୀୟ ରସାୟନିକ ସାର ପ୍ରୟୋଗ କରିବା ପାଇଁ କହିଛି କୃଷି ବିଭାଗ । ସେହିଭଳି ହେକ୍ଟର ପ୍ରତି ଅତିକମରେ 5ଟନ ଗୋବର ଖତ ପ୍ରୟୋଗ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀ ପରାମର୍ଶ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ