ETV Bharat / state

ସିନାପାଲିରେ କୃଷକ ସଚେତନତା ଶିବିର, ମାଣ୍ଡିଆ ଚାଷ ପାଇଁ ଦିଆଗଲା ତାଲିମ

ନୂଆପଡା ଜିଲ୍ଲା ସିନାପାଲିରେ ଓଡିଶା ମିଲେଟ ମିଶନ ପକ୍ଷରୁ ଏକ ଦିବସୀୟ ତାଲିମ ଓ କୃଷକ ସଚେତନତା ଶିବିର ଅନୁଷ୍ଠିତ । ଜିଲ୍ଲାର ସହ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର ଯୋଗଦେଇ ଚାଷୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 13, 2020, 8:33 PM IST

ସିନାପାଲିରେ କୃଷକ ସଚେତନତା ଶିବିର, ମାଣ୍ଡିଆ ଚାଷ ପାଇଁ ଦିଆଗଲା ତାଲିମ
ସିନାପାଲିରେ କୃଷକ ସଚେତନତା ଶିବିର, ମାଣ୍ଡିଆ ଚାଷ ପାଇଁ ଦିଆଗଲା ତାଲିମ

ନୂଆପଡା: ସିନାପାଲି ପଞ୍ଚାୟତ ସମିତି ସଭାଗୃହଠାରେ ଓଡିଶା ମିଲେଟ ମିଶନ ପକ୍ଷରୁ ଏକ ଦିବସୀୟ ତାଲିମ ଓ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବିଡିଓ ସଦାଶିବ ନାଏକ ଯୋଗଦେଇ ତାଲିମ ଶିବିରକୁ ଉଦଘାଟନ କରିଥିଲେ ।

ଶିବିରରେ ସମ୍ମାନିତ ଅତିଥିଭାବେ ଜିଲ୍ଲାର ସହ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର ଯୋଗଦେଇ ଚାଷୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷକମାନଙ୍କୁ ମାଣ୍ଡିଆ ଚାଷର ଅଭିବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି ।

ପୁଷ୍ଟିକର ମାଣ୍ଡିଆ ଚାଷ ଦିନକୁ ଦିନ ହଜି ଯାଉଥିବାବେଳେ ରାଜ୍ୟ ସରକାର ମିଲେଟ ମିଶନ ନାମରେ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ଉତ୍ସାହିତ କରୁଛନ୍ତି । ଏଥିପାଇଁ ପ୍ରଥମ ବର୍ଷ ମାଣ୍ଡିଆ ଚାଷ କରୁଥିବା ଚାଷୀଙ୍କୁ 5000, ଦ୍ଵତୀୟ ବର୍ଷ 3000 ଏବଂ ତୃତୀୟ ବର୍ଷ 1500 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ସହ କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସୀନାପାଲି ବ୍ଲକରେ 900 ହେକ୍ଟର ଢ଼ିପ ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.