ETV Bharat / state

କୁଆପଥର ମାଡରେ ବ୍ୟାପକ ପନିପରିବା ନଷ୍ଟ, ଚିନ୍ତାରେ ଚାଷୀ

author img

By

Published : Apr 1, 2020, 8:05 PM IST

ନୂଆପଡା ଜିଲ୍ଲାରେ ପନିପରିବା ଚାଷୀ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରବଳ ଘୂର୍ଣ୍ଣିଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚାଷୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

heavy-rain-vegetable-farmers-problems-in-nuapada
ନୂଆପଡାରେ ପନିପରିବା ଚାଷୀ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ

ନୂଆପଡା: ଅଦିନିଆ ବର୍ଷାରେ ପନିପରିବା ଚାଷୀ କ୍ଷତିଗ୍ରସ୍ତ । ଜିଲ୍ଲାର ଦୋହେଲପଡ଼ା ସୀମାନ୍ତ ଶ୍ରୀରାମ ଗାଁର ପନିପରିବା ଚାଷୀ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରବଳ ଘୂର୍ଣ୍ଣିଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚାଷୀ ଦାବି କରିଛନ୍ତି ।

କୁଆପଥର ମାଡ ବ୍ୟାପକ ପରିମାଣରେ ପନିପରିବା ଚାଷ ନଷ୍ଚ, ଚାଷୀ ହତାଶ

ସୂଚନାଅନୁଯାୟୀ ଶ୍ରୀରାମ ଗାଁର ପରିବା ଚାଷୀ କୋକିଳ ପଟେଲ,ଚନ୍ଦ୍ରିକା ପଟେଲ,ରାଧଵ ବେହେରା ପ୍ରାୟ 3 ଏକର ଜମିରେ ପନିପରିବା ଚାଷ କରିଛନ୍ତି । ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଗୁଡିକ ହେଲା ଟମାଟୋ, ଭେଣ୍ଡି,କାକୁଡି,ବୋଇତାଳୁ,ପିଆଜ ଆଦି କୁଆପଥର ବର୍ଷାର ନଷ୍ଟ ହୋଇଯାଛି । ଚାଷ ଜମିରେ ଉଛୁଳି ପଡୁଥିଲା ଚାଷ। ପରିବା ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିବା ପାଇଁ ଆଶା ବାନ୍ଧିଥିଲେ ଚାଷୀ । ହେଲେ ପ୍ରବଳ ଘୁର୍ଣ୍ଣିଝଡ କୁଆପଥର ମାଡ଼ରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି ପରିବାଚାଷ ।

ମହାଜନ ଠାରୁ ଧାରକରାଜ ଆଣି ଚାଷ କରିଥିଲେ ଚାଷୀ । ବିହନ ସାର କୀଟନାଶକ ବାବଦକୁ ଅଧିକ ଖର୍ଚରେ ପଡିଛନ୍ତି ଚାଷୀ । ଏବେ ପରିବା ଚାଷୀ ଘୋର ଚିନ୍ତାରେ ଭାଙ୍ଗି ପଡିଥିବା ବେଳେ ,ଚାଷୀଙ୍କୁ ସରକାରୀ ସହାୟତା କେବେ ମିଳିବ ତାହା ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.