ETV Bharat / state

ରାତାରାତି ଫସଲ ସଫା କରୁଛି BPH ପୋକ, ଚିନ୍ତାରେ ଚାଷୀ

ଅନ୍ନଦାତାଙ୍କ ମୁଣ୍ଡରେ ପଡିଛି ପୋକ ଚଡକ । କାରଣ ବଢ଼ିଲା ଧାନ ଫସଲକୁ ଖାଇଗଲାଣି ମାରାତ୍ମକ BPH ପୋକ । ଅଧିକ ପଢନ୍ତୁ...

author img

By

Published : Oct 26, 2021, 4:22 PM IST

farmers problem
farmers problem

ନୂଆପଡ଼ା: ଅନ୍ନଦାତାଙ୍କ ମୁଣ୍ଡରେ ପଡିଛି ପୋକ ଚଡକ । କେତେବେଳେ ଚାଷୀ ନକଲି ମଞ୍ଜି କିଣି ଠକାମିର ଶିକାର ହେଉଛନ୍ତି ତ କେତେବେଳେ ରୋଗପୋକ ଦାଉ ସାଧୁଛି । ଅନେକ ସମୟରେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କିନ୍ତୁ ଏବେ ନୂଆପଡ଼ା ଚାଷୀଙ୍କ ପାଇଁ କାଳ ପାଲଟିଛି ବିପିଏଚ(BPH) ପୋକ । ବିଶେଷ କରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା, ଖାସବାହାଲ, ରାଣୀମୁଣ୍ଡା ଆଦି ଅଞ୍ଚଳରେ ଧାନ ଫସଲ ରୋଗ ପୋକ ଦାଉରୁ ବ୍ୟାପକ କ୍ଷତି ହୋଇଛି ।

ପୋକ ଖାଇଗଲା ଧାନଫସଲ, ଚିନ୍ତାରେ ଚାଷୀ

କଠିନ ପରିଶ୍ରମ କରି ଧାନ କିଆରୀରେ ସୁନା ଫଳାଇବା ଆଶା ରଖିଥିଲା ଚାଷୀ । ହେଲେ BPH ପୋକ ମାଡରେ ଚାଷୀ ହତାଶ । ଏବେ କେମିତି ଋଣ ଭାର ପରିସୋଧ କରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଚାଷୀ କୂଳ । ସାହୁକାର ଠାରୁ ଋଣ, ବ୍ୟାଙ୍କ ଋଣ କରି କିଆରୀରେ ଫସଲ କରିଥିଲା ଚାଷୀ । ଚଳିତ ବର୍ଷ ଭଲ ଅମଳ ହେବ ବୋଲି ଆଶା ବାନ୍ଧିଥିଲା । ହେଲେ ସବୁ ଆଶା ଧୂଳିସାତ ହୋଇଗଲା । ଠିକ ସମୟରେ ରୁଆ ବେଉଷଣ କରି ଧାନ କିଆରୀରେ ସୁନା ଫସଲ ଲହଡି ମାରୁଥିବା ବେଳେ ହଠାତ ଆସି ପହଞ୍ଚିଲା ମାରତ୍ମକ ବିପିଏଚ ପୋକ । ଯାହାକି ରାତି ମଧ୍ୟରେ ହେକ୍ଟର ହେକ୍ଟର ଫସଲ ଖାଇବାର କ୍ଷମତା ରଖନ୍ତି । ଆଉ ପୋକ ଦାଉରୁ ଫସଲ ରକ୍ଷା କରିବାକୁ କାମ ଦେଉନି କୀଟନାଶକ ସିଞ୍ଚନ କି ଅନ୍ୟ କୌଣସି ଉପାୟ ।

ଫସଲ କ୍ଷତି ସହି ନପାରି ଏବେ ଚାଷୀ ଏବଂ ଚାଷୀ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଯେଉଁ ଚାଷ ଜମି ଖଣ୍ଡକ ବର୍ଷକର ଅନ୍ନ ଯୋଗାଉଥିଲା, ସେହି ଚାଷଜମି ପାଚିଲା ପାଳଗଦା ପରି ଦେଖାଦେଉଛି । ଆଉ ଏପଟେ ବ୍ୟାଙ୍କ ଋଣ ଏବଂ ସାଉକାର ଋଣ ପରିଶୋଧ ନେଇ ଚିନ୍ତାରେ ଚାଷୀ । ଏଭଳି ଅସମୟରେ ଚାଷୀଙ୍କ ଦୁଃଖ ବୁଝିବାକୁ ପାଖରେ କେହି ନାହିଁ । ବିଭାଗୀୟ ଅଧିକାରୀଙ୍କ ମଧ୍ୟ ଦେଖାନାହିଁ । ଏବେ କୁଟୁମ୍ବ ଚଳାଇବା ନେଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଷୀ ବାହାରିଲେଣି ।

ତେବେ ସେପ୍ଟେମ୍ବର ମାସରେ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଅତ୍ୟଧିକ ଗରମ ହୋଇଥିଲା ଯାହାର ପ୍ରଭାବରେ BPH ପୋକ ଲାଗିଛି । ତେଣୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କୃଷି ଓଭର୍ସିଅର ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.