ETV Bharat / state

ଅଚଳ ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ - ଜଳ ସମ୍ପଦ ବିଭାଗର ଅଣଦେଖା

ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମରାମତି କାମ ବନ୍ଦ । ଶୀଘ୍ର ମରାମତି କରି ଠିକ ଭାବରେ ଚାଷୀଙ୍କୁ ପାଣି ଯୋଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

armela small water irrigation project
armela small water irrigation project
author img

By

Published : Jul 4, 2023, 8:37 AM IST

ଅଚଳ ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ

ନୂଆପଡା: ଜିଲ୍ଲା ସିନାପାଲି ବ୍ଲକର ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପ୍ରତି ଜଳ ସମ୍ପଦ ବିଭାଗର ଅଣଦେଖା । ପ୍ରକଳ୍ପ ମରାମତି କାମ ବନ୍ଦ ହୋଇ ପଡ଼ିଥିବାରୁ ଧୀରେଧୀରେ ଡ୍ୟାମ ପୋତି ହେବାକୁ ବସିଲାଣି । କେନାଲ ଭାଙ୍ଗି ପଡ଼ିଥିବାରୁ ସେପଟେ ହଇରାଣରେ ଚାଷୀ । ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ ଥିବା ବେଳେ ଶୀଘ୍ର ମରାମତି କରି ଠିକ ଭାବରେ ଚାଷୀଙ୍କୁ ପାଣି ଯୋଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ - ଜଳସେଚନ ପ୍ରକଳ୍ପ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ

1966 ମସିହା ରେ ଚାଷୀ ଜମିଙ୍କୁ ଜଳ ସେଚନ ପାଇଁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ ଆଜିକୁ ଦୀର୍ଘ ବର୍ଷ ହେଲା ଏହି ପ୍ରକଳ୍ପ ର ଡ୍ୟାମ ଏବଂ କେନାଲର ମରାମତି କାମ ନହେବାରୁ ଏବେ ହଇରାଣ ରେ ଚାଷୀ l ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ଭର କରନ୍ତି ସିନାପାଲି ବ୍ଲକର ୫ ଗାଁର ଶତାଧିକ ଚାଷୀ । ହେଲେ ଏବେ ଏହି ପ୍ରକଳ୍ପରୁ ପାଣି ମିଳିବା କଷ୍ଟକର ହୋଇ ପଡିଛି । ଡ୍ୟାମର ବାମ କେନାଲ ଏବଂ ଡାହାଣ କେନାଲ ମରାମତି ହେଉ ନଥିବାରୁ ଭଙ୍ଗା ଦଦରା ହୋଇ ପଡିଛି ପ୍ରକଳ୍ପ । କେନାଲର ଗେଟ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ନିମ୍ନମାନର କାମ ଓ ବିଭାଗୀୟ ସରକାରୀ ବାବୁଙ୍କ ଦୃଷ୍ଟି ପଡ଼ୁ ନଥିବାରୁ ଧୀରେଧୀରେ ଡ୍ୟାମ ମଧ୍ୟ ପୋତି ହୋଇ ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ -ବୀର ମହାରାଜପୁରରେ ଚାଷୀ ସମସ୍ୟା, ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି

ସେପଟେ ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିପାରୁ ଅର୍ମେଳା ପ୍ରକଳ୍ପର ବିଭିନ୍ନ ସମସ୍ୟାକୁ ନେଇ ଉପରିସ୍ଥ କତ୍ତୃପକ୍ଷଙ୍କୁ ଜଣାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସରକାର ଚାଷୀଙ୍କୁ ପାଣି ଯୋଗାଇବା ପାଇଁ କୋଟି କୋଟ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା କେତେ କାର୍ଯ୍ୟକାରୀ ଏଥିରୁ ସ୍ପଷ୍ଟ ବାରି ହେଉଛି । ତେବେ କେବେ ଚାଷୀ ଠିକ ଭାବରେ ପାଣି ପାଇ ପାରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.