ETV Bharat / state

ମଣ୍ଡିରେ ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ - ଆନ୍ଦୋଳନ କରିବାକୁ ଚେତାବନୀ

ନୂଆପଡା ଜିଲ୍ଲା ଧାନମଣ୍ଡିରେ ଲାଗି ରହିଥିବା ସମସ୍ୟାକୁ ନେଇ ଜିଲ୍ଲା ଦଳିତ ମଞ୍ଚ ଓ କୃଷକ ସଂଗଠନ ପକ୍ଷରୁ ସିନାପାଲି ଖଡିଆଳ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଚାଷୀଙ୍କ ରାସ୍ତା ଅବରୋଧ
ଚାଷୀଙ୍କ ରାସ୍ତା ଅବରୋଧ
author img

By

Published : Feb 23, 2021, 10:34 AM IST

ନୂଆପଡା: ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗି ରହିଛି ସମସ୍ୟା । ମଣ୍ଡିରେ ମିଲରଙ୍କ ରାଜୁତି ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଟୋକନ ଥାଇ ବି ଚାଷୀ ଧାନ ବିକ୍ରି କରିପାରୁନି । ମଣ୍ଡିରେ ଏପରି ସମସ୍ୟାକୁ ନେଇ ଜିଲ୍ଲା ଦଳିତ ମଞ୍ଚ ଓ କୃଷକ ସଂଗଠନ ପକ୍ଷରୁ ସିନାପାଲି ଖଡିଆଳ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ମଣ୍ଡିରେ ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ

ଟୋକନ ଲ୍ୟାପ୍ସ କରିଯିବାରୁ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଧାନ ବିକ୍ରି ନ କରି ପାରି ଚିନ୍ତାରେ 19 ତାରିଖ ଦିନ ଧୁଙ୍ଗିଆମୁଣ୍ଡା ଗ୍ରାମର ଯୁବ ଚାଷୀ ରୋମାଞ୍ଚଳ ଦଣ୍ଡସେନା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅନ୍ୟପଟେ ଉଠା ଜଳସେଚନ ଦ୍ବାରା 3ଏକର ଚାଷ ଜମିରେ ରବି ଫସଲ କରିଥିଲେ ରେମାଞ୍ଚଳ ଦଣ୍ଡସେନା । ବିଜୁଳି ଶୁଳ୍କ ପୈଠ କରି ନଥିବାରୁ ବିଭାଗ ପକ୍ଷରୁ ବିଜୁଳି କାଟି ଦେଇଥିବା ଅଭିଯୋଗ କରିଛନ୍ତି ଚଷୀ ।

ମଣ୍ଡିରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ପାଇଁ ଚାଷୀ ଏବେ ଚିନ୍ତାରେ । ଏହି ସବୁ ଘଟଣାକୁ କେନ୍ଦ୍ର କରି ବିଦ୍ୟୁତ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ଅମାନୁଷିକ ବ୍ୟବହାର ବିରୋଧରେ ଜିଲ୍ଲା ଦଳିତ ଅଧିକାର ମଞ୍ଚ ଆବାହକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଧାରଣା ଦିଆ ହୋଇଛି । ବିଭିନ୍ନ ଦାବି ପୂରଣ ନେଇ ସିନାପାଲି ଖଡ଼ିଆଳ ମୁଖ୍ୟ ରାସ୍ତା କାପସି ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଧାରଣାକାରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.