ନୂଆପଡ଼ା: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ (Encounter Between Police and Naxals in Nuapada ) । ସୁରକ୍ଷାକର୍ମୀଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓକ୍ୟାମ୍ପକୁ ଦଖଲ କଲେ ସୁରକ୍ଷାକର୍ମୀ । ନୂଆପଡାର ପାଟଦରା ସଂରକ୍ଷିତ ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୂଆପଡା SP ପ୍ରଦ୍ୟୁସ ଦିବାକର । ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ ପାଟଦରା ସଂରକ୍ଷିତ ଜଙ୍ଗଲରେ ଆଜି କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ CRPF, DVF, SOGର ଯବାନମାନେ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳୁ ବିନିମୟ ଆରମ୍ଭ ହୋଇଥିଲା । ପ୍ରଥମେ ମାଓବାଦୀ ମାନେ ଯବାନ ଉପରକୁ ଗୁଳି ଚାଳନା କରିଥିଲେ , ଏଥିରେ ଯବାନ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ପରେ ଜୀବନ ବଞ୍ଚାଇବା ନେଇ ମାଓବାଦୀ ମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ମାଓ କ୍ୟାମ୍ପକୁ ଦଖଲ କରି ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଥିଲା । ମାଓ କ୍ୟାମ୍ପରେ ମାଓ ନେତା ମୁରଲୀ,କାର୍ତ୍ତିକ, ଗୁଡୁ ଭଳି ଏକାଧିକ ମାଓ ଲିଡର ଥିବା ନୂଆପଡା SP ପ୍ରଦ୍ୟୁସ ଦିବାକର ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଯୁବକଙ୍କୁ ହତ୍ୟା ପରେ ଠିକା ସଂସ୍ଥା କ୍ୟାମ୍ପ ଉପରେ ହମଲା
ଗତକାଲି କନ୍ଧମାଳରେ ମାଓବାଦୀ ବର୍ବରକାଣ୍ଡ ଘଟାଇଥିଲେ । ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ନୀରିହ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ଏକ ଠିକା ସଂସ୍ଥା କ୍ୟାମ୍ପ ଉପରେ ଲାଲବାହିନୀ ଆକ୍ରମଣ କରିଥିଲା । ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଏକ ଠିକା ସଂସ୍ଥାର ଗୋଟିଏ ଜେସିବି, ଦୁଇଟି ଟ୍ରାକ୍ଟର ଓ ଦୁଇଟି ମିକ୍ସଚର ମେସିନ ପୋଡ଼ି ଦେଇଥିଲା ଲାଲବାହିନୀ । ଗତକାଲି ମଧ୍ୟ ରାତ୍ରିରେ ଠିକା ସଂସ୍ଥାକୁ 20ରୁ ଅଧିକ ସଶସ୍ତ୍ର ମାଓବାଦୀ ପଶି ଲଙ୍କାକାଣ୍ଡ ଘଟାଇଥିଲେ ।
କେକେବିଏନ (କନ୍ଧମାଳ କଳାହାଣ୍ଡି ଗଜପତି ମାଓ ସଂଗଠନ) ମାଓ ସଂଗଠନ ଏହି ହତ୍ୟା କରିଥିବାବେଳେ, ହତ୍ୟାକାଣ୍ଡ ପାଇଁ ପୋଲିସକୁ ଦାୟୀ କରିଥିଲା ମାଓ ସଂଗଠନ । ତେବେ ଗତ ୧୧ ତାରିଖରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଗୁଳି ବିନିମୟ ଫଳରେ ଜଣେ ମହିଳା କ୍ୟାଡ଼ର ମାଓବାଦୀର ମୃତ୍ୟୁ ଘଟିଥିଲା ।
ନୂଆପଡ଼ା, ଇଟିଭି ଭାରତ