ETV Bharat / state

ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ଗଣଶିକ୍ଷା ମନ୍ତ୍ରୀ

ଆଜି ନୂଆପଡା ଗସ୍ତ କରି ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ଗଣଶିକ୍ଷା ମନ୍ତ୍ରୀ
ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ଗଣଶିକ୍ଷା ମନ୍ତ୍ରୀ
author img

By

Published : Nov 8, 2021, 1:50 PM IST

ନୂଆପଡା: ଜିଲ୍ଲା ଗସ୍ତରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି ନୂଆପଡା ଗସ୍ତରେ ଆସି ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟର କ୍ଳାସ ରୁମ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ କଥାବାର୍ତ୍ତା ସମୟରେ ପାଠ୍ୟ ପୁସ୍ତକ ଉପରେ ଆଲୋଚନାକରି ଗୁଣାତ୍ମକ ଶିକ୍ଷାର ମୂଲ୍ୟ ବୋଧ ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ଗଣଶିକ୍ଷା ମନ୍ତ୍ରୀ

ତେବେ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ନିଜ ଭବିଷ୍ୟତକୁ କିଭଳି ଉଜ୍ବଳ କରିବା ସହ ଭଲ ମଣିଷ ହେବେ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ ମନ୍ତ୍ରୀ । ଏହାବ୍ୟତୀତ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ପରିଦର୍ଶନ କରି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନୁଧ୍ୟାନ କରିଥିଲେ । 5ଟି ସରକାରରେ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମରେ ସମଗ୍ର ଓଡିଶାରେ ସ୍ମାର୍ଟ ସ୍କୁଲ କରାଯାଇଛି । ଏହାଦ୍ୱାରା ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢିଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.