ETV Bharat / state

ଆସୁଛନ୍ତି ମା’, ସଜେଇ ହେଉଛି ନୂଆପଡା

ଦୁର୍ଗା ପୁଜା ପାଇଁ ସଜେଇ ହେଲାଣି ନୂଆପଡା । ସମଗ୍ର ଜିଲ୍ଲାରେ ଏବେ ଉତ୍ସବର ମାହୋଲ । ଅଧିକ ପଢନ୍ତୁ...

author img

By

Published : Sep 28, 2019, 11:28 PM IST

ଡିଜାଇନ ଫଟୋ

ନୂଆପଡା: ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା । ମାଙ୍କ ଆଗମନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ମା’ଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛି ନୂଆପଡା । ରବିବାର ଠାରୁ ନବରାତ୍ର ଆରମ୍ଭ ହେଉଥିବାରୁ ପ୍ରସ୍ତୁତି ଜୋରଦାର କରାଯାଇଛି । କାରିଗର ମଧ୍ୟ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ପ୍ରତିଯୋଗିତା ଭିତ୍ତିରେ ଚାଲିଛି ସାଜସଜ୍ଜା କାମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି ଖଡିଆଳର ପଟ୍ଟନାୟକପଡା ପୂଜାକମିଟି କର୍ତ୍ତୃପକ୍ଷ । ଚଳିତ ବର୍ଷ ଗୋଲ୍ଡେନ୍ ଟେମ୍ପୁଲ୍ ତୋରଣରେ ଝଲସିବ ପଟ୍ଟନାୟକପଡା ପୂଜା ମଣ୍ଡପ । ତୋରଣକୁ ଆକର୍ଷଣୀୟ କରିବାକୁ ଲାଗି ପଡିଛନ୍ତି କାରୀଗର । ସେହିପରି ରାଜାପଡା ପୂଜା ମଣ୍ଡପରେ ଚିରାଚରିତ ଢଙ୍ଗରେ ପୂଜା ପାଇବେ ମା’ ଦୁର୍ଗା । ଏଠାରେ ପ୍ରତିବର୍ଷ ମା’ଙ୍କୁ ସୁନା ରୂପା ଅଳଙ୍କାରରେ ସଜ୍ଜିତ କରାଯାଏ । ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.