ETV Bharat / state

ଅବ୍ୟବସ୍ଥାରେ ଡ୍ରେନେଜ ବ୍ୟବସ୍ଥା, ହନ୍ତସନ୍ତ ହାତୀବନ୍ଧା ଗ୍ରାମବାସୀ - Hatibandha people are facing problems

ନୂଆପଡା ଜିଲ୍ଲା ହାତୀବନ୍ଧା ଗାଁରେ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି ପରିମଳ ଡ୍ରେନେଜ ବ୍ୟବସ୍ଥା । ଖରା ବର୍ଷା ଶୀତ ସବୁବେଳେ ଗାଁ ଦାଣ୍ଡରେ ମଇଳା ପାଣି ଜମାଟ ବାନ୍ଧୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢି ଗ୍ରାମ ଲୋକମାନେ ମ୍ୟାଲେରିଆ ଜ୍ବରରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ସମୂହ ଗ୍ରାମବାସୀ ସିନାପାଲି ବିଡିଓ ଓ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି। ଅଧିକ ପଢନ୍ତୁ...

Drainage system is in Disorder, Villagers of Hatibandha are facing problems
ଠପ୍ ହୋଇ ପଡିଛି ଡ୍ରେନେଜ ବ୍ୟବସ୍ଥା, ଅସୁବିଧାରରେ ହାତୀବନ୍ଧା ଗ୍ରାମବାସୀ
author img

By

Published : Sep 16, 2020, 8:46 AM IST

ନୂଆପଡା: ନୂଆପଡା ଜିଲ୍ଲା ହାତୀବନ୍ଧା ଗାଁରେ ପରିମଳ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଗାଁ ଦାଣ୍ଡ ରାସ୍ତା କଡରେ ମଇଳା ଆବର୍ଜନା ପଡି ରହିଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶ ଦେଖାଦେଇଛି। ଖରା ବର୍ଷା ଶୀତ ସବୁବେଳେ ଗାଁ ଦାଣ୍ଡରେ ମଇଳା ପାଣି ଜମାଟ ବାନ୍ଧୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢି ଗ୍ରାମ ଲୋକମାନେ ମ୍ୟାଲେରିଆ ଜ୍ବରରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି।

ଠପ୍ ହୋଇ ପଡିଛି ଡ୍ରେନେଜ ବ୍ୟବସ୍ଥା, ଅସୁବିଧାରରେ ହାତୀବନ୍ଧା ଗ୍ରାମବାସୀ

ଚାରିଛକ, ଗହଟିଆ ପଡା,ବେହେରା ପଡା,କାଣ୍ଡ ପଡା,ହରିଜନ ପଡା,ପଟେଲ ପଡା ଆଦି ଅଂଚଳରେ ମଇଳା ପାଣି ରାସ୍ତା ଉପରେ ଭାସିଆସି ମାଳି ପଡା, ମେହେର ପଡାରେ ଜମାଟ ବାନ୍ଧୁଛି। ଫଳରେ ସ୍ଥାନୀୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ହାତୀବନ୍ଧା ଗ୍ରାମପଞ୍ଚାୟତକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହିସବୁ ଅସୁବିଧା ଦୂର କରିବା ପାଇଁ ସମୂହ ଗ୍ରାମବାସୀ ସିନାପାଲି ବିଡିଓ ଓ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.