ETV Bharat / state

କୋରୋନାକୁ ନେଇ ମହିଳା ସରପଞ୍ଚଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ

ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଳକ ଡୁଆଝର ଗ୍ରାମପଞ୍ଚାୟତ ମହିଳା ସରପଞ୍ଚ କମଲେନି ମେହେର ମହାମାରୀ କୋଭିଡ-19 ମହାସଂଗ୍ରାମରେ ଜାଗ୍ରତ ପ୍ରହରୀ ରୂପେ ସତର୍କତା ସହ କାମ କରୁଛନ୍ତି । ଶୁଣନ୍ତୁ ଏନେଇ କଣ କହିଛନ୍ତି ସରପଞ୍ଚ ...

author img

By

Published : Apr 13, 2020, 10:54 PM IST

କୋରୋନାକୁ ନେଇ ମହିଳା ସରପଞ୍ଚଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ
କୋରୋନାକୁ ନେଇ ମହିଳା ସରପଞ୍ଚଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ

ନୂଆପଡା: ଖଡ଼ିଆଳ ବ୍ଳକ ଡୁଆଝର ଗ୍ରାମପଞ୍ଚାୟତ ମହିଳା ସରପଞ୍ଚ କମଲେନି ମେହେରଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ । ଗ୍ରାମପଞ୍ଚାୟତକୁ କୋଭିଡ-19 କିଭଳି ସ୍ପର୍ଶ କରିପାରିବ ନାହିଁ ସେଥିପ୍ରତି ବେଶ ଯତ୍ନବାନ ଅଟନ୍ତି ସରପଞ୍ଚ । ମହାମାରୀ କୋଭିଡ-19 ମହାସଂଗ୍ରାମରେ ଜାଗ୍ରତ ପ୍ରହରୀ ରୂପେ ସତର୍କତା ସହ କାମ କରୁଥିବା ଦେଖାଦେଇଛି । ସରପଞ୍ଚଙ୍କୁ ୱାଡ଼ ସଭ୍ୟ ସଭ୍ୟା, ବୀଣାପାଣି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବିଜୁ ଯୁବ ବାହିନୀ ଏବଂ ଗ୍ରାମର ଯୁବକ ଗଣ ସହଯୋଗ କରୁଥିବା ଦେଖାଦେଇଛି ।

କୋଭିଡ-19 ମୁକାବିଲା ପାଇଁ ସରକାରଙ୍କ ସମସ୍ତ ନିୟମକୁ ପାଳନ କରୁଥିବା କହିଛନ୍ତି ସରପଞ୍ଚ । ସ୍ଥାନୀୟ ବିଦ୍ୟାଳୟ ଠାରେ 20 ଶଯ୍ୟା ଵିଶିଷ୍ଟ ଆଇସୋଲେସନ ୱାର୍ଡ ଖୋଲାଯାଇଛି । ଗରିବ ଅସହାୟ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ଦୁଇ ବେଳା ରନ୍ଧା ଖାଦ୍ୟ ବଣ୍ଟନ କରୁଛି ଏହି ଗ୍ରାମପଞ୍ଚାୟତ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.