ETV Bharat / state

କୋରୋନା ଯୋଦ୍ଧା ସାଜିଲେ ସରପଞ୍ଚ

କୋରୋନା ଯୋଦ୍ଧା ସାଜିଲେ ସରପଞ୍ଚ । ସରକାରଙ୍କ କୋଭିଡ19 ନିୟମକୁ ପାଳନ କରି ସତର୍କତାର ସହ ଗ୍ରାମପଞ୍ଚାୟତ ସ୍ତରରେ କୋଭିଡ-19 ସଚେତନତା କାର୍ଯ୍ୟ ହାତକୁ ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 17, 2020, 12:05 AM IST

corona warrior sarapanch  from nuapara
କୋରୋନା ଯୋଦ୍ଧା ସାଜିଲେ ସରପଞ୍ଚ

ନୂଆପଡା: ଜିଲ୍ଲା ସୀମାନ୍ତ ହାତୀବନ୍ଧା ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ଅଗ୍ରୱାଲ କୋଭିଡ-19 ଯୁଦ୍ଧର ଯୋଦ୍ଧା ଭାବରେ ଆଗେଇ ଆସିଛନ୍ତି । ସରକାରଙ୍କ କୋଭିଡ-19 ନିୟମକୁ ପାଳନ କରି ସତର୍କତାର ସହ ଗ୍ରାମପଞ୍ଚାୟତ ସ୍ତରରେ କୋଭିଡ-19 ସଚେତନତା କାର୍ଯ୍ୟ ହାତକୁ ନେଇଛନ୍ତି । ସରପଞ୍ଚ ସନ୍ତୋଷିନୀ ଅଗ୍ରୱାଲଙ୍କୁ ସମସ୍ତ ଗ୍ରାମପଞ୍ଚାୟତ ଜନ ପ୍ରତିନିଧି, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଆଶାକର୍ମୀ, ନୋଡାଲ ଇନଚାର୍ଜ ଅଧିକାରୀ ସହଯୋଗ କରୁଥିବା ସରପଞ୍ଚ କହିଛନ୍ତି ।

କୋରୋନା ଯୋଦ୍ଧା ସାଜିଲେ ସରପଞ୍ଚ

ପଡୋଶୀ କଳାହାଣ୍ଡି ଜିଲ୍ଲାରେ କୋଭିଡ-19 ଚିହ୍ନଟ ହେବାପରେ ହାତୀବନ୍ଧା ଗ୍ରାମପଞ୍ଚାୟତକୁ ସିଲ କରି ରଖିଥିବା ସରପଞ୍ଚ ସୂଚନା ଦେଇଛନ୍ତି । କାରଣ ହାତୀବନ୍ଧା ଗ୍ରାମପଞ୍ଚାୟତ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ରହିଥିବାରୁ ସୁରକ୍ଷାପ୍ରତି ବେଶ ଗୁରୁତ୍ୱ ଦେଉଥିବା ସରପଞ୍ଚ କହିଛନ୍ତି । ହାତୀବନ୍ଧା ଗ୍ରାମପଞ୍ଚାୟତରେ 381 ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମ୍ପର୍କୀୟ ମାନେ ଫର୍ମ ପୂରଣ କରି ପଞ୍ଜିକୃତ କରିଛନ୍ତି । 381ଫର୍ମକୁ 890 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିବାର ଅଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରୁ 16 ଜଣ, ତାମିଲନାଡୁରୁ 7 ଜଣ ସମୁଦାୟ 23 ଜଣ ଫେରି ହାତୀବନ୍ଧା ନୋଡାଲ ଉପ୍ରା ବିଦ୍ୟାଳୟ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଛନ୍ତି । ଆଗକୁ ଶତାଧିକ ଶ୍ରମିକ ଫେରିବା ବାଟକୁ ଅପେକ୍ଷା କରିଥିବା ସରପଞ୍ଚ କହିଛନ୍ତି । ସମସ୍ତ ଶ୍ରମିକଙ୍କ ପାଇ ରହିବା ଖାଇବା ବନ୍ଦୋବସ୍ତ କରିଥିବାବେଳେ, ଆସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଦୈନିକ 4 ଥର ସାନିଟାଇଜ କରୁଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.