ନୂଆପଡ଼ା: ସମଲେଇ ସେନା କର୍ମକର୍ତ୍ତାଙ୍କ ଅତୁଳନୀୟ କାର୍ଯ୍ୟ । ଅଧ୍ୟକ୍ଷ ପ୍ରଦୀପ କୁମାର ଢିଣ୍ଡିଆଙ୍କ ନେତୃତ୍ବରେ କୋଭିଡ ଆକ୍ରାନ୍ତରେ ପ୍ରାଣ ହରାଇଥିବା ମୃତକଙ୍କର କଲେ ଅନ୍ତିମ ସଂସ୍କାର । ସୂଚନାମତେ ନୂଆପଡା ଜିଲ୍ଲା ଡୁଆଝର ଗ୍ରାମପଞ୍ଚାୟତସ୍ଥିତ ଖମତରାଇ ଗାଁର ଜୈନ୍ୟକ (58) ନାମକ ଜଣେ ବ୍ୟକ୍ତିଙ୍କ ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ କୋଭିଡ 19 ଭୟରେ ପରିବାର ଲୋକେ କିମ୍ବା ପରିଜନ ଅନ୍ତିମ ସଂସ୍କାର କରିନଥିଲେ ।
ଦୀର୍ଘ ସମୟ ମୃତଦେହ ଘରେ ପଡିରହିଥିଲା । ଏହି ଖବର ପାଇ ଖଡ଼ିଆଳ ସମଲେଇସେନା ସଦସ୍ୟ ଗଣ ଖମତରାଇ ଗାଁକୁ ପହଞ୍ଚି ଅନ୍ତିମ ସଂସ୍କାର କରିଛନ୍ତି । ଜିଲ୍ଲାରେ ଏଯାଏଁ 3228 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇସାରିଥିବାବେଳେ, ଏଯାଏଁ 29 ଜଣ ମୃତ୍ୟୁ ମୁଖରେ ପଡିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ