ETV Bharat / state

ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ସରପଞ୍ଚ

author img

By

Published : Apr 7, 2020, 11:38 PM IST

କୋରୋନା ପାଇଁ ସଚେତନତା । ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ସରପଞ୍ଚ । ନିଆରା ଉଦ୍ୟମକୁ ପ୍ରଶଂସା । ଅଧିକ ପଢନ୍ତୁ.....

corona awareness in bargarh
ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ସରପଞ୍ଚ

ନୂଆପଡା : ନୂଆପଡା ଖଡ଼ିଆଳ ବ୍ଳକ ଚିନ୍ଦାଗୁଡା ପଞ୍ଚାୟତ ମହିଳା ସରପଞ୍ଚ ଇଶ୍ବରୀ ବିଶି ସମେତ ବିଭିନ୍ନ ସ୍ବଚ୍ଛାସେବୀ ଓ ସ୍ଥାନୀୟ ଯୁବକ କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ପଦକ୍ଷେପ ନେଇଛନ୍ତି । ମହାମାରୀ କୋଭିଡ-19କୁ ପଞ୍ଚାୟତରେ ପ୍ରବେଶ କରାଇ ଦେବେନାହିଁ । ଏନେଇ ପଞ୍ଚାୟତସ୍ତରରେ ଵିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରପଞ୍ଚ ।

ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ସରପଞ୍ଚ

ସରକାର ଓ ଜିଲ୍ଲା ପ୍ରଶାସନ ଦ୍ବାରା ଜାରି ହୋଇଥିବା କୋରୋନା ପ୍ରତିରୋଧକ ପାଇଁ ସମସ୍ତ ନିୟମାବଳୀକୁ ପାଳନ କରୁଛନ୍ତି ଚିନ୍ଦାଗୁଡା ପଞ୍ଚାୟତବାସୀ । ଜିଲ୍ଲାରେ ଲକଡାଉନ ଜାରି ରହିଥିବା ବେଳେ, ସ୍ଥାନୀୟ ଯୁବକ ଓ ସରପଞ୍ଚ ସାମାଜିକ ଦୂରତା ଅବଲମ୍ବନ କରି ଗାଁ ଗାଁ ବୁଲି ସଚେତନ କରାଉଛନ୍ତି । ବୁଲିବା ସମୟରେ ଛକ ସ୍ଥାନ ଗୁଡିକରେ ଡେଙ୍ଗୁରା ବାଡେଇ ଲୋକଙ୍କୁ ସଚେତନ କରାଉଛନ୍ତି । ପଞ୍ଚାୟତର ସମସ୍ତ ଗଳି ରାସ୍ତା ଗୁଡିକରେ ଗଛ ପକାଇ ସିଲ କରିଦେଇଛନ୍ତି ସ୍ଥାନୀୟ ଲୋକେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.