ETV Bharat / state

ପାଣିରେ ବୁଡି ଜଣେ ଶିଶୁ ମୃତ, 2 ଗୁରୁତର

ବୋଡେନ ଥାନା ଅନ୍ତର୍ଗତ ଧରଣୀମାଲ ଗାଁରେ ପାଣିରେ ବୁଡି ଜଣେ ଶିଶୁ ମୃତ ଓ ଦୁଇ ଜଣ ଶିଶୁ ଆହତ ହୋଇଛନ୍ତି । ଜେଜେମା ସହ ଗାଧୋଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛ । ଗୁରୁତର ଦୁଇ ଶିଶୁ କନ୍ୟାଙ୍କ ଅବସ୍ଥା ମଧ୍ୟ ଠିକ ନାହିଁ ବୋଲି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

author img

By

Published : Jun 5, 2019, 1:29 PM IST

Updated : Jun 5, 2019, 1:53 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବୋଡେନ ଥାନା ଅନ୍ତର୍ଗତ ଧରଣୀମାଲ ଗାଁରେ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ଦୁଇ ଶିଶୁ ଗୁରୁତର ଅଛନ୍ତି ।

ଗୁରୁତର ଦୁଇ ଶିଶୁଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ବୁଧବାର ସକାଳ ୯.୩୦ ମିନିଟ ସମୟରେ ଜେଜେମା ସହ ଧରଣୀମାଲ ଗାଁର ଖୁସବୁପ୍ରିୟା ସାହୁ, ଉପାସନା ସାହୁ ଏବଂ ଖୁଶାଳୀ ସାହୁ ନାମକ ତିନି ଜଣ ଶିଶୁ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ପୋଖରୀରେ ଗାଧୋଇବାବେଳେ ୩ ଜଣ ଶିଶୁ ଗଭୀର ପାଣିରେ ବୁଡ଼ିଯାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଜେଜେମାର କାନ୍ଦବୋବାଳି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ତିନି ଶିଶୁଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଖୁସବୁପ୍ରିୟା ସାହୁର ମୃତ୍ୟୁ ହୋଇଥିବାବେଳେ ଉପାସନା ଓ ଖୁଶାଳୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଦୁଇ ଶିଶୁ କନ୍ୟାଙ୍କ ଅବସ୍ଥା ମଧ୍ୟ ଠିକ ନାହିଁ ବୋଲି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଗତ କିଛିଦିନ ପୂର୍ବରୁ ନୂଆପଡା ଜ଼ିଲ୍ଲା ସରଗାଦିରେ ମଧ୍ୟ ପାଣିରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ଏକ ସପ୍ତାହ ନପୁରୁଣୁ ଆଜି ପୁଣିଥରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

dgss

Conclusion:
Last Updated : Jun 5, 2019, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.