ETV Bharat / state

ଆସନ୍ତାକାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ଲୋୟର ଇନ୍ଦ୍ର ପ୍ରକଳ୍ପର ହେବ ଲୋକାର୍ପଣ

author img

By

Published : Mar 9, 2021, 10:05 AM IST

ଆସନ୍ତାକାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେବ ଲୋକାର୍ପଣ । ଅଧିକ ପଢନ୍ତୁ...

ଲୋୟର ଇନ୍ଦ୍ର ପ୍ରକଳ୍ପ
ଲୋୟର ଇନ୍ଦ୍ର ପ୍ରକଳ୍ପ

ନୂଆପଡା: ଆସନ୍ତାକାଲି(ବୁଧବାର) ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପର କରିବେ ଲୋକାର୍ପଣ । ଏହା ସହ ଆଉ 50 ଟି ନୂତନ ପ୍ରକଳ୍ପର ସ୍ବତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ଲୋୟର ଇନ୍ଦ୍ର ପ୍ରକଳ୍ପ

2000 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ଏହାକୁ ଆସନ୍ତାକାଲି ଲୋକାର୍ପଣ କରିବେ । ଏହି ପ୍ରକଳ୍ପରେ 17ହଜାର 53କୋଟି 64ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

ପ୍ରଥମେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲା ଗୋତମା ସ୍ଥିତ ଏରୋ ଡ୍ରମ ଠାରେ ପହଞ୍ଚିବେ । ଏହାପରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ । ଶେଷରେ ଖଡିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୂଆପଡା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.