ETV Bharat / state

ନିଅଣ୍ଟ ପଡ଼ୁଛି ନିଜ ସମ୍ପତ୍ତି, ପଡ଼ୋଶୀ ଉପରେ ଲୋଲୁପ ନଜର

କେବଳ ମହାନଦୀ ପାଣି ଶୋଷୁନି, ଓଡିଶାର ଜମି ବି ଚଷିବାକୁ ପଡୋଶୀ ଛତିଶଗଡର ଲୋଲୁପ ଦୃଷ୍ଟି । ସୀମାନ୍ତରେ ଥିବା ନୂଆପଡାର ନୂଆମାଲପଡା ଜମିକୁ କବଜା କରିବାକୁ ଚାଲିଛି ହୀନ ପ୍ରୟାସ।

author img

By

Published : Mar 5, 2019, 3:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ନୂଆପଡା: ପାଣି ପରେ ଏବେ ମାଟି ଉପରେ ଆଖି । ଓଡିଶା ଜମିକୁ ଆଖି ପକାଇଛି ପଡୋଶୀ ଛତିଶଗଡ। ନୂଆପଡାର ନୂଆମାଲପଡାରେ ଥିବା 30 ଏକର ଜମିକୁ କବଜା କରିବାକୁ ଛତିଶଗଡ କରିଥିଲା ଉଦ୍ୟମ । ରାଜସ୍ବ ବିଭାଗ ଏହା ଉପରେ ହସ୍ତକ୍ଷେପ କରି ନିଜର ସୂଚନା ଫଳକ ଲଗାଇଥିଲା । ଆଉ ଏବେ ତାଙ୍କୁ ବି ଛତିଶଗଡ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

କେବଳ ମହାନଦୀ ପାଣି ଶୋଷୁନି, ଓଡିଶାର ଜମି ବି ଚଷିବାକୁ ପଡୋଶୀ ଛତିଶଗଡର ଲୋଲୁପ ଦୃଷ୍ଟି । ସୀମାନ୍ତରେ ଥିବା ନୂଆପଡାର ନୂଆମାଲପଡା ଜମିକୁ କବଜା କରିବାକୁ ଚାଲିଛି ହୀନ ପ୍ରୟାସ । ୨୦୧୮ ମସିହା ଜୁନ ୧୬ । ଏହି ଗାଁର 30 ଏକର ଜମିକୁ ନିଜ ରାଜ୍ୟର ଭୂମିହୀନ ଚାଷୀଙ୍କୁ ବାଣ୍ଟି ଦେଇଥିଲା ଛତିଶଗଡ । ଫଳରେ ସୀମାନ୍ତରେ ଥିବା ଉଭୟ ପାର୍ଶ୍ବର ଚାଷୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଭିତରକୁ ଅନୁପ୍ରବେଶ ଦଣ୍ଡନୀୟ ଅପରାଧ ନାଁରେ ବୋର୍ଡ ଲଗାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ଏପଟେ ଓଡିଶା ସରକାରଙ୍କ ବାରଣ ସତ୍ତ୍ବେ ଜମି ଉପରୁ ପଡୋଶୀ ରାଜ୍ୟର ନଜର ହଟୁନି । ରାତି ଅଧିଆ ସୂଚନା ଫଳକକୁ ଗାଏବ କରିନେଇଥିବା ଅଭିଯୋଗ କରିଛନ୍ତି ନୂଆମାଲପଡା ଗ୍ରାମବାସୀ । ସେପଟେ ଏନେଇ କ୍ୟାମେରା ଆଗରେ କିଛି ବି କହିବାକୁ ମନା କରିଛନ୍ତି ସ୍ଥାନୀୟ ତଦସିଲଦାର । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

03.03.2019
Radhakanta MohAnty,Kendrapada(AVB)
Slug-Punithare Nabin
Anchor-"ପୁଣିଥରେ ନବୀନ"।ରାଜ୍ୟ ଶାସନରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବସାଇବା ଲକ୍ଷରେ ଦଳର ସମସ୍ତ କର୍ମୀ।ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ଖରିଦାସହି ଛକ ନିକଟରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତଥା ପାଟକୁରା ବିଧାନସଭା ଟିକେଟ ଆଶାୟୀ ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ହୋଇଥିବା ପୁଣିଥରେ ନବୀନ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ଵ ମହିଳା,ପୁରୁଷ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଶପଥ ନେଇଥିଲେ।ତେଜେଶ୍ୱର,ରାଜ୍ୟ ସରକାରଙ୍କର ବହୁମୁଖୀ କାଳିଆ ଯୋଜନା,ବିଜୁ ଯୁବବାହିନୀ ଗଠନ କରି ଯୁବକ ମାନଙ୍କୁ ସ୍ବେଚ୍ଛାକୃତ ସେବା ପାଇଁ ପ୍ରୋତ୍ସାହନ ଓ ମହିଳା ମାନଙ୍କ ପାଇଁ ଆସନ ସଂରକ୍ଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ପାଟକୁରା ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତରେ ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ସନ୍ଦେଶ ପହଞ୍ଚାଇବା ପାଇଁ ତେଜେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରତିଘରକୁ ଯିବା ସହିତ କର୍ମୀମାନେ ମଧ୍ୟ ସାମିଲ ହେବେ ବୋଲି କହିଛନ୍ତି।
ବାଇଟ-ତେଜେଶ୍ୱର ପରିଡା(ସଭାପତି, ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.