ETV Bharat / state

ନୂଆପଡା ଜିଲ୍ଲାରେ ପଞ୍ଚାୟତିରାଜ ଦିବସ ପାଳନ

author img

By

Published : Mar 6, 2020, 1:23 AM IST

ନୂଆପଡା ଜିଲ୍ଲା ସିନାପାଲି ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଗୁରୁବାର ଦିନ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏନେଇ ଏହି ବ୍ଳକର ସୁନାମ ଅର୍ଜନ କରିଥିବା ଅଧିକାରୀ ଏବଂ ହିତାଧିକାରୀ ମାନଙ୍କୁ ଉପଢୋକନ ଦେଇ ପୁରସ୍କୃତ କରାଯାଇଛି ।

celebration-of-panchayat-raj-dibash
ନୂଆପଡା ଜିଲ୍ଲାରେ ପଞ୍ଚାୟତରାଜ ଦିବସ ପାଳନ

ନୂଆପଡା: ଜିଲ୍ଲାର ସିନାପାଲି ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଗୁରୁବାର ଦିନ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଓଡ଼ିଶାର ବରପୁତ୍ର ସ୍ବର୍ଗୀୟ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ପୂଜା କରିବାପରେ ଏହି ଆୟୋଜିତ ସଭା ଅନୁଷ୍ଠିତ ହୋଇଥିଲା ।

ନୂଆପଡା ଜିଲ୍ଲାରେ ପଞ୍ଚାୟତରାଜ ଦିବସ ପାଳନ
ଏହି ଆୟୋଜିତ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥିଭାବରେ ସିନାପାଲି ବ୍ଳକ ଚେୟାରମ୍ୟାନ ତପସ୍ବିନୀ ମାଝୀ , ସମ୍ମାନୀତ ଅତିଥି ସିନାପାଲି ବିଡିଓ ସଦାଶିବ ନାଏକ ସମେତ ଅନ୍ୟାନ୍ୟ ଅତିଥିଗଣ ମଞ୍ଚରେ ସାମିଲ ଥିଲେ । ଏହାସହ ସମସ୍ତ ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଲକର ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଉଦବୋଧନ ଦେଇ ସିନାପାଲି ବ୍ଳକକୁ ଏକ ଅଗ୍ରଣୀ ବ୍ଳକ ରୂପେ ଗଢିବାପାଇଁ ଆହ୍ବାନ କରିଛନ୍ତି । ଏନେଇ ସମସ୍ତ ସରକାରୀ ଯୋଜନାକୁ ସଫଳ ରୂପାୟନ କରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ସମସ୍ତ ବ୍ଳକର କର୍ମଚାରୀ ଏବଂ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କୁ ବୁଝାଇଛନ୍ତି ।

ଶେଷରେ ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ ସଫଳ କାର୍ଯ୍ୟ କରି ନୂଆପଡା ଜିଲ୍ଲା ତଥା ସିନାପାଲି ବ୍ଳକର ସୁନାମ ଅର୍ଜନ କରିଥିବା ଅଧିକାରୀ ଏବଂ ହିତାଧିକାରୀ ମାନଙ୍କୁ ଉପଢୋକନ ଦେଇ ପୁରସ୍କୃତ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.