ETV Bharat / state

ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି - MONEY

ରାଜେନ୍ଦ୍ର ଢୋଲକିଆଙ୍କ ସହଯୋଗୀ ଜିତୁ ପଣ୍ଡା ଭୋଟରଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି। ଦିନ ଦ୍ବିପ୍ରହରରେ ବିଜୁ ଜନତା ଦଳର ବିଧାୟକ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଟଙ୍କା ପକେଟରୁ ବାହାର କରି ଭୋଟରଙ୍କୁ ବାଣ୍ଟୁଛନ୍ତି ଏଦଂ ଭାଜପା କର୍ମକର୍ତ୍ତାଙ୍କୁ ହାଣି ଦେବାର ଭୟ ଦେଖାଉଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Mar 21, 2019, 11:03 PM IST

ଭୁବନେଶ୍ୱର: ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ "ତୁ ତୁ ମେଁମେଁ" ଚାଲିଥିବାବେଳେ ଆଜି ଭାରତୀୟ ଜନତା ପାର୍ଟି ପୁଣିଥରେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ସିଇସିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି ଯେ ନୂଆପଡା ଖରିଆର୍ ରୋଡରେ ବିଜେଡ଼ି ନେତା ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ।

ଏହାସହ ରାଜେନ୍ଦ୍ର ଢୋଲକିଆଙ୍କ ସହଯୋଗୀ ଜିତୁ ପଣ୍ଡା ଭୋଟରଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି। ଦିନ ଦ୍ବିପ୍ରହରରେ ବିଜୁ ଜନତା ଦଳର ବିଧାୟକ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଟଙ୍କା ପକେଟରୁ ବାହାର କରି ଭୋଟରଙ୍କୁ ବାଣ୍ଟୁଛନ୍ତି ଏଦଂ ଭାଜପା କର୍ମକର୍ତ୍ତାଙ୍କୁ ହାଣି ଦେବାର ଭୟ ଦେଖାଉଛନ୍ତି। ଏହାସହ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଘଂନ କରିଛନ୍ତି, ତେଣୁ ତାଙ୍କୁ ନିର୍ବାଚନ ଲଢିବାରୁ ବାରଣ କରାଯାଉ ବୋଲି ଦାବି କରିଛି ବିଜେପି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.