ETV Bharat / state

PM Awas Yojanaରେ ଚଞ୍ଚକତା, କୋମନା ବିଡ଼ିଓଙ୍କୁ ବିଜେପିର ଦାବିପତ୍ର

author img

By

Published : Feb 8, 2023, 1:52 PM IST

ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋମନା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଲା ବିଜେପି । ଅଧିକ ପଢନ୍ତୁ

PM Awas Yojana scam
PM Awas Yojana scam
PM Awas Yojana scam

ନୂଆପଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତାତିଲେ ଲୋକେ । ମଙ୍ଗଳବାର କୋମନା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଲେ ଯୋଗ୍ୟ ହିତାଧିକାରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋମନା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲା ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଶତାଧିକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗ୍ୟ ହିତାଧିକାରୀ ମଙ୍ଗଳବାର କୋମନା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋମନା ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ଦାବି ପୂରଣ ନହେଲେ ଆଗାମୀ ଦିନରେ ଗ୍ରାମପଞ୍ଚାୟତରୁ ଜିଲ୍ଲା ସଦର ମହୁକମା ପର୍ଯ୍ୟନ୍ତ ତୀବ୍ରତର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Delhi Liquor Scam Case: ମୁଖ୍ୟମନ୍ତ୍ରୀ କେସିଆର ଝିଅଙ୍କ ପୂର୍ବତନ ଚାଚାର୍ଡ ଆକାଉଣ୍ଟାଣ୍ଟ ଗିରଫ

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଅ, ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅ ଏଭଳି ସ୍ଲୋଗାନ ଦେଇ ଏକ ବିଶାଳ ରାଲିରେ କୋମନା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହିତାଧିକାରୀ । କୋମନା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚଞ୍ଚକତା, ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ଯୋଗ୍ୟ ହିତାଧିକାରୀ ଘର ଖଣ୍ଡିକ ପାଇଁ ସରକାରୀ ବାବୁଙ୍କ ପାଖରେ ନେହୁରା ହେଉଥିବା ଦେଖାଦେଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଗରିବ ବାସହରା ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାଇ ଦେବା ଭଳି, ହେଲେ ଏହି ସ୍ୱପ୍ନ କୋମନା ବ୍ଲକରେ ବାଟବଣା । ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଇଦେବା ଦାବିରେ ମଙ୍ଗଳବାର ବିଜେପି ବରିଷ୍ଠ ନେତାଙ୍କ ନେତୃତ୍ୱରେ କୋମନା ବ୍ଲକ ଘେରାଉ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ

ଏନେଇ ବିଜେପି ନେତା କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଚଞ୍ଚକତା କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଅଯୋଗ୍ୟଙ୍କୁ ସାମିଲ କରାଯାଇଛି । ତେଣୁ ଆମେ ଏହା ବିରୋଧରେ ଲଢେଇ କରୁଛୁ । ଅଯୋଗ୍ୟ ଲୋକଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ଦାବି କରୁଛୁ । ଯେଉଁମାନେ ଏଭଳି ଚଞ୍ଚକତା କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିପାଇଁ କୋମନା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛୁ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋମନା ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।"

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.