ETV Bharat / state

ଖଡିଆଳରୁ ଧରାପଡିଲେ 4 ଦୁର୍ଦ୍ଦାନ୍ତ ଡକାୟତ

ଖଡିଆଳ ପୋଲିସକୁ ମିଳିଛି ବଡ ସଫଳତା । ଡକାୟତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ୪ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଫେରାର ହୋଇଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ମାରାଣାସ୍ତ୍ର ।

author img

By

Published : Apr 30, 2019, 10:39 PM IST

ଫଟୋ ସୌଜନ୍ଯ : ସମ୍ବାଦଦାତା,ନୂଆପଡା

ନୂଆପଡା: ଖଡିଆଳ ପୋଲିସକୁ ମିଳିଛି ବଡ ସଫଳତା । ଡକାୟତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା
୪ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ମାରାଣାସ୍ତ୍ର ।

ଭିଡିଓ ସୌଜନ୍ଯ : ସମ୍ବାଦଦାତା,ନୂଆପଡା

ସୂଚନା ମୁତାବକ ସୋମବାର ମଧ୍ୟରାତ୍ରିରେ ଚନ୍ଦନ କୁମାର ହୋତା, ରାଜା ଦୁରିଆ, ମୁନା ଗହିର, ଭୁବନ ବାଗ ନାମକ ୪ ଜଣ ଡକାୟତ
ବିଜେପୁର ଗାଁ ରାଇସମିଲ ନିକଟରେ ମଦ୍ୟପାନ କରି ଡକାୟତି ପାଇଁ କରିଥଲେ ଯୋଜନା । ଏହି ସମୟରେ ଖଡିଆଳ ପୋଲିସର ଏକଟିମ୍ ବିଜେପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ସୂଚନା ପାଇଥିଲା । ଘଟଣାସ୍ଥଳରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି ।

ଡକାୟତ ଦଳଙ୍କ ନିକଟରୁ ଗୋଟିଏ ଟଏଗନ, ଲୁହାରଡ, ଧାରୁଆ ଖଣ୍ଡା ଏବଂ ଡକାୟତ କାର୍ଯ୍ୟରେ ବ୍ୟବହୃତ ଅନ୍ୟାନ ସାମଗ୍ରୀ ଜବତ କରିଛି ଖଡିଆଳ ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସାମିଲ ଥିବା ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଖଡିଆଳ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରି ।

ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.