ETV Bharat / state

ସୋସିଆଲ ମିଡିଆରେ ହିନ୍ଦୁ ବିରୋଧୀ ପୋଷ୍ଟ, କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜନା

ସୋସିଆଲ ମିଡିଆରେ ହିନ୍ଦୁ ଧର୍ମ ବିରୋଧି ପୋଷ୍ଟକୁ ନେଇ ଉତ୍ତେଜନା । ଥାନାରେ ଏତଲା ସହ ଥାନା ଘେରାଉ କଲେ ଉତ୍ୟକ୍ତଲୋକେ । ଏହାକୁ ନେଇ ନୂଆପଡା ଖଡିଆଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

author img

By ETV Bharat Odisha Team

Published : Aug 23, 2023, 9:58 AM IST

ନୂଆପଡାରେ ହିନ୍ଦୁ ବିରୋଧୀ ପୋଷ୍ଟକୁ ନେଇ ଉତ୍ତେଜନା

ନୂଆପଡା: ଖଡ଼ିଆଳ ହିନ୍ଦୁ ଧର୍ମର ଅପମାନକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି । ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ହିନ୍ଦୁ ଧର୍ମ ବିରୋଧି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଘେରାଉ କରିଥିଲେ ହିନ୍ଦୁ ସମାଜ କାର୍ଯ୍ୟକର୍ତ୍ତା । ଖଡ଼ିଆଳ ଥାନା SDPOଙ୍କ ପାଖରେ ଲିଖିତ ଅଭିଯୋଗ ଦେବା ସହ nac କାର୍ଯ୍ୟାଳୟ ପରିସରରେ ବିଭିନ ସ୍ଲୋଗାନ ଦେଇ ନାରାବାଜି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ସୂଚନା ମତେ ଖଡ଼ିଆଳ ସହର ସ୍ଥିତ ୱାର୍ଡ ନମ୍ବର 8ର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ହିନ୍ଦୁ ବିରୋଧି ଏକ ଭିଡିଓ ଜାରି କରିଥିଲେ । ଯାହାକି ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ, ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ବାସ କରିବାର ଅଧିକାର ରହିଛି । ଏହାସହ ସବୁଧର୍ମକୁ ସମାନ ଅଧିକାର ସହ ସମ୍ମାନ ଦେବା ସମସ୍ତ ଭାରତୀୟଙ୍କ କର୍ତ୍ତବ୍ୟ । କୌଣସି ଧର୍ମର ଅପମାନ କରାଯିବା ଉଚିତ୍‌ ନୁହେଁ କହିବା ଉକ୍ତ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ହିନ୍ଦୁ ସମାଜ ସହ ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରିଛି ।

ଅଧିକ ପଢନ୍ତୁ: ସମ୍ବଲପୁର ଘଟଣାର ପ୍ରତିବାଦ କରି ହିନ୍ଦୁ ସମାଜର ବିକ୍ଷୋଭ ପ୍ରଦର୍ଶନ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ହିନ୍ଦୁ ସମାଜ ସଦସ୍ୟ ଗୌରବ ସିଂ ବାରିକ କହିଛନ୍ତି, ‘‘ସବୁ ଧର୍ମକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଆମେ ନିଜକୁ ଭାରତୀୟ ପରିଚୟ ଦେଉଥିବା ବେଳେ କୌଣସି ଧର୍ମକୁ ଇଙ୍ଗିତ କରି ଏକ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଏକ ଦଣ୍ଡନୀୟ ଅପରାଧ । ହିନ୍ଦୁ ଧର୍ମକୁ ଆକ୍ଷେପ କରି ଉକ୍ତ ଯୁବକ ଯେଉଁ କାର୍ଯ୍ୟ କରିଛନ୍ତି ତାହାକୁ ହିନ୍ଦୁ ସମାଜ ସହ ବିଭିନ୍ନ ହିନ୍ଦୁ ସଂଗଠନ କଡା ନିନ୍ଦା କରୁଛି । ଏପରି ଅପପ୍ରଚାର କରୁଥିବା ଯୁବକଙ୍କ ବିରୋଧରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ।’’

ଅଧିକ ପଢନ୍ତୁ... ଭାଇଚାରାର ନିଚ୍ଛକ ନିଦର୍ଶନ, ହିନ୍ଦୁ ପଡୋଶୀଙ୍କ ଶେଷକୃତ୍ୟ କଲେ ମୁସଲମାନ

ଖଡିଆଳ SDPO ଅରୂପ ଅଭିଶେକ ବେହେରା କରିଛନ୍ତି, ‘‘ସମ୍ପୃକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟତାକୁ ନେଇ ତଦନ୍ତ କରାଯିବ । ତଦନ୍ତକରୀ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.