ETV Bharat / state

ବହଳପଦର ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ - ତେଜିଲା ମଦ ବିରୋଧୀ ଆନ୍ଦୋଳନ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବହଳପଦର ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ବେଆଇନ ମଦ କାରବାର ବ୍ୟାପକ ମାତ୍ରାରେ ଚାଲିଥିବାରୁ ଗାଁର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ, ବିଜୁଯୁବ ବାହିନୀ ମଦକୋଠୀ ବନ୍ଦ ଡାକରା ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

anti alcohol movement in bahalpadar village of nuapada
ବହଳପଦର ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ
author img

By

Published : Sep 6, 2020, 10:55 PM IST

Updated : Sep 7, 2020, 7:01 AM IST

ନୂଆପଡ଼ା: ଖଡ଼ିଆଳ ଥାନା ଅନ୍ତର୍ଗତ ବହଳପଦର ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ବହଳପଦର ଗାଁରେ ବେଆଇନ ମଦ କାରବାର ବ୍ୟାପକ ମାତ୍ରାରେ ଚାଲିଥିବାରୁ ଗାଁର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ, ବିଜୁଯୁବ ବାହିନୀ ଏବଂ ଗାଁର ସମସ୍ତ ନାଗରିକ ଏକତ୍ରିତ ହୋଇ ମଦକୋଠୀ ବନ୍ଦ ଡାକରା ଦେଇଛନ୍ତି ।

ବହଳପଦର ଗାଁରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଗାଁରେ ଚାଲିଥିବା ବେଆଇନ ମଦ କୋଠୀ ବନ୍ଦ ନହେଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରିବେ ବୋଲି ଆନ୍ଦୋଳନକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି । ସୂଚନା ମତେ ବହଳପଦର ଗାଁରେ 6 ଗୋଟି ବେଆଇନ ମଦ କୋଠା ଚାଲିଛି । ଏହାଦ୍ବାରା ଛାତ୍ରଛାତ୍ରୀ ଯୁବକ ତଥା ଖଟିଖିଆ ଶ୍ରମିକ ଚାଷୀମାନଙ୍କୁ କୁପ୍ରଭାବ ପକାଉଛି । ଯାହାକିଛି ସ୍ୱଳ୍ପ ରୋଜଗାର କରି ମଦକୋଠୀରେ ଖର୍ଚ୍ଚ କରି ସର୍ବଶାନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । ମଦ ପିଇ ମାତାଲ ହୋଇ ନିଜ ସ୍ତ୍ରୀ ପିଲାମାନଙ୍କୁ ଗାଳିଗୁଲଜ କରି ସୁନାଗହଣା ଧାନ ଚାଉଳ ବିକ୍ରି କରୁଛନ୍ତି ମଦୁଆ ।

ମଦପିଇ ନିଶାସକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ବିଶୃଙ୍ଖଳା କରୁଛି ଗାଁ ମଦୁଆ । ଏ ସମ୍ପର୍କରେ ଖଡ଼ିଆଳ ଥାନା ଖଡ଼ିଆଳ ଅବକାରୀ ବିଭାଗକୁ ଲିଖିତ ଜଣାଇଛନ୍ତି ବହଳପଦର ଗାଁଲୋକେ ହେଲେ କାର୍ଯ୍ୟ ଶୂନ । ରବିବାର ଉକ୍ଷିପ୍ତ ହୋଇ ଶତାଧିକ ମହିଳା ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି । ଆଗକୁ ଗାଁରୁ ମଦ ବନ୍ଦ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Sep 7, 2020, 7:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.