ନୂଆପଡା: 8 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ । ଧାରଣା ଆଜକୁ 25 ଦିନ ବିତିଯାଇଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ସଂଘ । କୋମଳମତି ଶିଶୁ ଓ ମାଆମାନଙ୍କର କ୍ଷତି ହେଲେ ସରକାର ଦାୟୀ ରହିବେ ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।
ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ନଭେମ୍ବର ମାସ 21 ତାରିଖ ଦିନ ଠାରୁ ଅଙ୍ଗନବାଡି କର୍ମୀ ସହାୟିକା ମାନଙ୍କ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଆଜିକୁ 25 ଦିନରେ ପହଞ୍ଚିଛି । ତେବେ ଗତକାଲି(ଗୁରୁବାର) ଦିନ ଉତକ୍ଷିପ୍ତ ହୋଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି କର୍ମୀ । ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କରିବା ଦ୍ୱାରା ପ୍ରି ସ୍କୁଲର ଶୂନରୁ 6 ବର୍ଷର କୋମଳ ମତି ଶିଶୁ ଓ ମାଆ ମାନଙ୍କ କ୍ଷତି ହେଲେ ସରକାର ଦାୟୀ ରହିବେ ବୋଲି ତାଗିତ୍ କରିଛନ୍ତି ।
ଏନେଇ ଆନ୍ଦୋଳନରତ କର୍ମୀ କହିଛନ୍ତି," 8 ଦଫା ଦାବି କରି ଆମେ ରାଜରାସ୍ତାରୁ ଓହ୍ଲାଇଛୁ । କିନ୍ତୁ ସରକାର ଆମକଥାକୁ କର୍ଣ୍ଣପାତ କରୁନାହାନ୍ତି । ଯେତେଦିନ ଯାଏଁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ନଭାଙ୍ଗିଛି ଆମେ ଏଭଳି ଆନ୍ଦୋଳନ କରିବୁ ।"
ଇଟିଭି ଭାରତ, ନୂଆପଡା