ETV Bharat / state

ଖଡି଼ଆଳରେ 10 ଦିନ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ - 10 ଦିନ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ବନ୍ଦ

ମହାମାରୀ ପ୍ରସାରକୁ ରୋକିବା ପାଇଁ ନୂଆପଡା ଖଡିଆଳରେ 10 ଦିନ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସେପଟେ ଖରିଆରରୋଡ଼ ସହରକୁ ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଖଡି଼ଆଳରେ 10 ଦିନ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ

author img

By

Published : Apr 16, 2021, 4:22 PM IST

ନୂଆପଡା: ଖଡ଼ିଆଳ ବଣିକ ସଙ୍ଘର ପ୍ରଶଂସନୀୟ ପଦକ୍ଷେପ । ମହାମାରୀର ପ୍ରସାରକୁ ରୋକିବା ପାଇଁ ଆଜି(ଶୁକ୍ରବାର) ଠାରୁ 25 ତାରିଖ ପର୍ଯ୍ୟନ୍ତ ଦୀର୍ଘ 10 ଦିନ ବ୍ୟାପୀ ଖଡିଆଳ ସହରରେ ବ୍ୟବସାୟୀଙ୍କ ପ୍ରତିଷ୍ଠାନଗୁଡିକୁ ବନ୍ଦ କରିଛନ୍ତି ବଣିକ ସଙ୍ଘ । ସହରର ଆଜାଦ ଛକ, ଥାନା ଛକ, ଗୁରୁନାନକ ଛକ ଓ ବ୍ଲକ ଛକ ଆଦି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି । ଫଳରେ ଆଜି ଖଡ଼ିଆଳ ସହର ପୁରା ଖାଁ ଖାଁ ଲାଗୁଛି ।

ଖଡି଼ଆଳରେ 10 ଦିନ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ

ଅନ୍ୟପଟେ ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେକ୍ରମେ ଖରିଆରରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖରିଆରରୋଡ଼ ସହରକୁ ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । କାରଣ ପଡୋଶୀ ଛତିଶଗଡ଼ ରାଜ୍ୟରେ ମହାମାରୀ କୋଭିଡ-19 ଅଣାୟତ୍ତ ହୋଇପଡିଥିବା ବେଳେ ଏହାର ପ୍ରଭାବ ନୂଆପଡା ଜିଲ୍ଲା ସୀମାନ୍ତ ଖରିଆରରୋଡ଼ ସହରରେ ପଡିଛି । ଫଳରେ ଖରିଆରରୋଡ଼ ସହରରେ ଦିନକୁ ଦିନ ମହାମାରୀ ବ୍ୟାପୁଥିବା ଦେଖାଯାଇଛି ।

ଏହାସହ ଲୋକଙ୍କ ସୁରକ୍ଷା ନେଇ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ନୂଆପଡା ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ଜିଲ୍ଲାରେ ଏ ଯାଏଁ 1100 କୋଭିଡ ପଜିଟିଭ ମାମଲା ସକ୍ରିୟ ଥିବାବେଳେ 90 ଜଣ ନୂଆପଡା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟମାନେ ସମସ୍ତେ ହୋମକ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ସେହିଭଳି ସନ୍ଧ୍ୟା 6 ଘଣ୍ଟାରୁ ସକାଳ 6 ଘଣ୍ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ କୋଭିଡ କଟକଣାକୁ ଯେ କେହି ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନୂଆପଡା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଜଣାଇଛନ୍ତି । ଫଳରେ ଆଜି ଖଡିଆଳ ସହର ସମେତ ଖରିଆରରୋଡ଼ ସହରରେ ଦୋକାନ ବଜାର ଓ ଗାଡି ମୋଟର ଚଳାଚଳ ବନ୍ଦ ରହିଛି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.