ETV Bharat / state

ଦଲାଲଙ୍କ ପ୍ରଲୋଭନର ଶିକାର ପ୍ରବାସୀ ଶ୍ରମିକ, ରାଜ୍ୟ ବାହାରକୁ ହେଉଛନ୍ତି ଚାଲାଣ

author img

By

Published : Jun 25, 2020, 11:09 AM IST

ସଙ୍ଗରୋଧ କେନ୍ଦ୍ରରେ ରହି ଅବଧି ସରିବା ପରେ ଏବେ ନିଜ ଘରକୁ ଯାଇଛନ୍ତି ପ୍ରବାସୀ ଶ୍ରମିକ । ହେଲେ କିଛିଦିନ ନ ପୁରୁଣୁ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ରାଜ୍ୟ ବାହାରକୁ ଯାଉଥିବା ଦୃଶ୍ୟ ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ..

ଦଲାଲଙ୍କ ପ୍ରଲୋଭନର ଶିକାର ପ୍ରବାସୀ ଶ୍ରମିକ, ରାଜ୍ୟ ବାହାରକୁ ହେଉଛନ୍ତି ଚାଲାଣ
ଦଲାଲଙ୍କ ପ୍ରଲୋଭନର ଶିକାର ପ୍ରବାସୀ ଶ୍ରମିକ, ରାଜ୍ୟ ବାହାରକୁ ହେଉଛନ୍ତି ଚାଲାଣ

ନୂଆପଡା: ଫେରନ୍ତା ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ପୁଣି ରାଜ୍ୟବାହାରକୁ ଚାଲାଣ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଫରସରା ଗ୍ରାମପଞ୍ଚାୟତସ୍ଥିତ ତାରାପୁର, ରୋକାଲ, ସର୍ଗିଗୁଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ସ୍ଥାନୀୟ ଯୁବ ସରପଞ୍ଚ ରାଜକିଶୋର ହେର୍ନାଙ୍କ ହସ୍ତକ୍ଷେପ ପରେ ଶ୍ରମିକ ଦଲାଲ ଜଣକ ସରପଞ୍ଚଙ୍କୁ ଧମକ ଦେଇ ଚାଲିଯାଇଛନ୍ତି । ଦଲାଲ ଶ୍ରମିକ ଜଣଙ୍କ ସରପଞ୍ଚକୁ ନାଲି ଆଖି ଦେଖାଇ କିଛି ଏପରି କହିଛନ୍ତି, ମୋତେ ଚ୍ୟାଲେଞ୍ଜ କରିବେ ନାହିଁ, ଆଉ ଯଦି ଚ୍ୟାଲେଞ୍ଜ କରିବେ ତେବେ ଶ୍ରମିକ ନେବି । କିଏ ମୋତେ ଅଟକାଇ ପାରିବେ ନାହିଁ । ଏଭଳି କିଛି ଚେତାବନୀ ପୂର୍ଣ୍ଣ ଧମକ ଚମକ ଦେଇ ଚାଲିଯାଇଛନ୍ତି ଦଲାଲ ଶ୍ରମିକ ।

ସଙ୍ଗରୋଧ କେନ୍ଦ୍ରରେ ରହି ଅବଧି ସରିବା ପରେ ନିଜ ଘରକୁ ଯାଇଛନ୍ତି ଶ୍ରମିକମାନେ । ହେଲେ କିଛିଦିନ ନପୁରୁଣୁ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ରାଜ୍ୟ ବାହାରକୁ ଯାଉଥିବା ଦୃଶ୍ୟ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାମାରୀ କୋଭିଡ-19ରେ ଫସିରହିଥିବା ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦେଖି ସରକାର ସ୍ବତନ୍ତ୍ର ବସ, ରେଳ ଯୋଗେ ଫେରାଇ ଆଣୁଛନ୍ତି । ମହାମାରୀ କୋଭିଡ ବିପଦ ଦେଶରୁ ହଟି ନଥିବାବେଳେ ଜିଲ୍ଲାରେ ଶ୍ରମିକ ଦଲାଲ ମାତି ଫେରନ୍ତା ଶ୍ରମିକ ଉପରେ ଲୋଲୁପ ଦୃଷ୍ଟି ପକାଇଲେଣି । ତେବେ ଏଥିପ୍ରତି ଜିଲ୍ଲା ଶ୍ରମ ଅଧିକାରୀ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.