ETV Bharat / state

5T ସଚିବଙ୍କ ଗସ୍ତ ପରେ..ବାରଣ୍ଡାରେ କଲବଲ ଗର୍ଭବତୀ

ଫରକ ପଡିଲାନି 5T ସଚିବଙ୍କ ଗସ୍ତ । ସ୍ଥିତି ଯଥା ପୂର୍ବଂ ତଥା ପରଂ । ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୃଦୟ ବିଦାରକ ଘଟଣା । ଯନ୍ତ୍ରଣାରେ ତଳେ ଗଡୁଛନ୍ତି ଗର୍ଭବତୀ । ନାହାଁନ୍ତି ଡାକ୍ତର । ଶୁଣୁନାହାନ୍ତି ନର୍ସ । ଅଧିକ ଖବର ପଢନ୍ତୁ...

author img

By

Published : Oct 14, 2019, 5:31 PM IST

Updated : Oct 14, 2019, 8:53 PM IST

5T ସଚିବଙ୍କ ଗସ୍ତ ପରେ, ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଗର୍ଭବତୀ

ନୂଆପଡା: 'ମୋ ସରକାର’ ଓ 5'ଟି' ଯୋଜନାକୁ ନେଇ ସବୁ ଜିଲ୍ଲାରେ ଧରପକଡ । 5 ‘ଟି’ ସଚିବଙ୍କ ଘନଘନ ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ସରକାରୀ ବାବୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହେଲେ 5T ସଚିବଙ୍କ ଗସ୍ତ ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ । ଯନ୍ତ୍ରଣାରେ ତଳେ ଗଡୁଛନ୍ତି ଗର୍ଭବତୀ । ନାହାଁନ୍ତି ଡାକ୍ତର । ଶୁଣୁନାହାନ୍ତି ନର୍ସ ।

ଏପରି ଅଭାବନୀୟ ଘଟଣା ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସରକାରଙ୍କ 5'ଟି' ମୋ ସରକାର ଆହ୍ବାନ ହାଟରେ ପଡି ଦାଣ୍ଡରେ ଗଡୁଛି । 5'ଟି' ସଚିବ ଭି କାର୍ତ୍ତିକେନ୍ ପାଣ୍ଡିଆନ ନୂଆପଡା ଜ଼ିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତି ପରଖି ଫେରିଯାଇଥିବା ସପ୍ତାହ ନପୁରୁଣୁ ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ରୋଗୀସେବାର ବିପର୍ଯ୍ୟାସ୍ତ ପରିସ୍ଥିତି ।

ସୂଚନା ଅନୁସାରେ, ଘଟଣାକୁ କେହି ଜଣେ ମୋବାଇଲରେ ସୁଟିଂ କରି ଭାଇରାଲ କରିବା ପରେ ରୋଗୀସେବାର ଅସଲି ଚିତ୍ର ସାମ୍ନାକୁ ଆସିଛି। ରବିବାର ଡାକ୍ତରଙ୍କ ଅନୁପସ୍ଥିତିରେ 10 ଜଣ ଗର୍ଭବତୀ ମହିଳାଙ୍କୁ ଏକା ସ୍ଥାନରେ ତଳେ ବସାଇ ବେପୁରିଆ ଭାବରେ ରକ୍ତ ଚଢାଯାଉଥିବା ଦେଖାଦେଇଛି ।

ସେହିଭଳି ସବୁଠାରୁ ସମ୍ବେଦନଶୀଳ ଘଟଣା ଜଣେ ମହିଳା ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଚଟାଣରେ ଗଡି ଯାଉଛନ୍ତି। ବ୍ୟାକୁଳରେ ମା' ମା' ବୋଲି ଚିତ୍କାର କରୁଛନ୍ତି । ହେଲେ ପାଖରେ ଡାକ୍ତର କିମ୍ବା ନର୍ସ କାହାରି ଦେଖାନାହିଁ ।

ସରକାର 'ମୋ ସରକାର' ଯୋଜନା କରି ବାହୋସ୍ପୋଟ ମାରୁଥିବାବେଳେ, 5T ସଚିବ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖୁଛନ୍ତି । କିନ୍ତୁ ସଚିବ ଗଲାପରେ ବାସ୍ତବ ଚିତ୍ର ଆଖିରେ ନଦେଖିଲେ ବିଶ୍ବାସ କରିହେବନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା । ରୋଗୀସେବା ବିପର୍ଯ୍ୟସ୍ତ । ସରକାର ଙ୍କ 5T ମୋସରକାର ଆହ୍ବାନ ହାଟରେ ପଡି ଦାଣ୍ଡରେ ଗଡୁଛି । 5T ସଚିବ ଭି କାର୍ତ୍ତିକେନ୍ ପାଣ୍ଡିଆ ନୂଆପଡା ଜ଼ୀଲ୍ଲା କୁ ଦିନିକିଆ ଗ୍ରସ୍ତରେ ଆସି ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତି ପରଖୀ ଫେରିଯାଇଥିବା ସପ୍ତାହ ନ ପୁରୁଣୁ ଖଡ଼ିଆଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖାଦେଇଛି ଅଭାବନୀୟ ଘଟଣା । ଘଟଣା କୁ କେହିଜଣେ ସଚେତନ ନାଗରିକ ମୋବାଇଲ ରେ ସୁଟିଂ କରି ଭାଇରାଲ କରିବା ପରେ ରୋଗୀସେବା ର ଅସଲି ଚିତ୍ର ସାମ୍ନାକୁ ଆସିଛି । ରବିବାର ଡାକ୍ତରଙ୍କ ଅନୁପସ୍ଥିତି ରେ 10 ଜଣ ଗର୍ଭବତୀ ମହିଳାଙ୍କୁ ଏକା ସ୍ଥାନରେ ତଳେ ବସାଇ ବେପୁରିଆ ଭାବରେ ରକ୍ତ ଚଢା ଯାଉଥିବା ଦେଖାଦେଇଛି । ସେହିଭଳି ସବୁଠାରୁ ସମ୍ବେଦନ ଶୀଳ ଘଟଣା ଜଣେ ମହିଳା ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଚଟାଣରେ ଗଡି ଯାଉଛନ୍ତି । ବ୍ୟାକୁଳରେ ମା ମା ବୋଲି ଚିତ୍କାର କରୁଛନ୍ତି । ହେଲେ ପାଖରେ ଡାକ୍ତର କିମ୍ବା ନର୍ସ କାହାରି ଦେଖାନାହିଁ । ଏ ଏକ ହୃଦୟ ବିଦାରିତ ଘଟଣା । ସରକାର ମୋ ସରକାର ଡାକରା ଦେଇ ବାହସ୍ପଟ ମାରୁଥିବାବେଳେ, 5T ସଚିବ ହେଲିକପ୍ଟର ରେ ଓଡିଶା ସାର ବୁଲି ବୁଲି ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖୁଛନ୍ତି । ଖଡ଼ିଆଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଥରେ ଦେଖି ଯାଆନ୍ତୁ । ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଇରାଲ ଭିଡିଓ ଦେଖି ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।Body:ସConclusion:ସସ
Last Updated : Oct 14, 2019, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.