ନୂଆପଡା: ମହାମାରୀ କାଳରେ ଅକ୍ସିଜେନର ଅଭାବ ସୃଷ୍ଟି ହୋଇଛି । ଯାହାକୁ ନେଇ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ପ୍ରାଣ ହାନି ହେଉଛି । ଏହାକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ଖରିଆରରୋଡ଼ ନିବାସୀ ସମାଜସେବୀ ତରୁଣ ବଂଶଲଙ୍କ ଅକ୍ସିଜେନ ସିଲିଣ୍ଡର ଦାନ କରିଛନ୍ତି । ସେ ଖରିଆରରୋଡ଼ ମାରୱାଡି ଯୁବା ମଞ୍ଚକୁ ଏହା ଦାନ କରିଛନ୍ତି ।
ଯେ କେହି ଗୁରୁତର ରୋଗୀ ମାରୱାଡି ଯୁବାମଞ୍ଚ ଖରିଆରରୋଡ଼ ଠାରୁ ନିଶୁକ୍ଲରେ ଅକ୍ସିଜେନ ସିଲିଣ୍ଡର ନେଇ ବ୍ୟବହାର କରିପାରିବେ । ମାନବ ସେବା ହିଁ ମାଧବ ସେବା ଆଧାରରେ ତରୁଣ ଏଭଳି ମହତ୍ କାର୍ଯ୍ୟ ପାଇଁ ମାରୱାଡି ଯୁବା ମଞ୍ଚ ଏବଂ ନୂଆପଡା ଜିଲ୍ଲାବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ