ETV Bharat / state

ଦହନ ପୂର୍ବରୁ ଭାରସାମ୍ୟ ହରାଇ ନାବାଳକ ଉପରେ ପଡିଗଲା ରାବଣ - ନାବାଳକ ଉପରେ ରାବଣ ପଡି ଆହତ

ଆଜି ପବିତ୍ର ବିଜୟା ଦଶମୀ ଦେଶବ୍ୟାପୀ ପାଳିତ ହେଉଥିବାବେଳେ ନୂଆପଡା କୋମନା ଥାନା କାଣ୍ଡେତରା ଗାଁରେ ରାବଣ ଦହନ ପୂର୍ବରୁ ଅଘଟଣ ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୂଆପଡା
author img

By

Published : Oct 8, 2019, 10:28 PM IST

ନୂଆପଡା: ରାବଣ ଦହନ ପୂର୍ବରୁ ଅଘଟଣ । ଆଜି ପବିତ୍ର ବିଜୟା ଦଶମୀ ଦେଶବ୍ୟାପୀ ପାଳିତ ହେଉଥିବାବେଳେ ନୂଆପଡା କୋମନା ଥାନା କାଣ୍ଡେତରା ଗାଁରେ ରାବଣ ଦହନ ପୂର୍ବରୁ ଅଘଟଣ । ଜଣେ ନାବାଳକ ଉପରେ ରାବଣ ପଡିଯିବାରୁ ନାବାଳକ ଜଣକ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନୂଆପଡା

ମିଳିଥିବା ସୂଚନା ଅନୁସାରେ, କୋମନା ଥାନା କାଣ୍ଡେତରା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ନିକଟସ୍ଥ ସ୍କୁଲ ପଡିଆ ଠାରେ ରାବଣ ପୋଡି ବା ରାବଣ ଦହନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । ପ୍ରାୟ 30 ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତିକୁ ଟେକି ରଖିବାବେଳେ ସନ୍ତୁଳନ ହରାଇ ରାବଣ ପ୍ରତିମୂର୍ତ୍ତି ତଳେ ପଡିଯାଇଥିଲା ।

ଫଳରେ ପାଖରେ ଥିବା ଯୁଗେଶ୍ବର ସତନାମୀ ନାମକ 13 ବର୍ଷୀୟ ନାବାଳକ ଗୁରୁତର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣା ଘଟିବା ପରେ କିଛି ସମୟ ପାଇଁ ରାବଣ ଦହନ କାର୍ଯ୍ୟକ୍ରମକୁ ବନ୍ଦ ହୋଇଯାଇଥିଲା । ପରେ କମିଟି ଏବଂ ସ୍ଥାନୀୟ ଲୋକଙ୍କ ଆଲୋଚନା ପରେ ରାବଣ ଦହନ ସମ୍ପନ୍ନ ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା କୋମନା ଥାନା କାଣ୍ଡେତରା ଗାଁରେ ରାବଣ ଦହନ ପୂର୍ବରୁ ଅଘଟଣ । ଶୁଚନା ମତେ ଆଜି ପବିତ୍ର ବିଜୟା ଦଶମୀ ଦେଶବ୍ୟାପୀ ପାଳିତ ହେଉଥିବାବେଳେ , କୋମନା ଥାନା କାଣ୍ଡେତରା ସାର୍ବଜନୀନ ଦୁର୍ଗାଅପୂଜା କମିଟି ପକ୍ଷରୁ ନିକଟସ୍ଥ ସ୍କୁଲ ପଡିଆ ଠାରେ ରାବଣ ପୋଡି ବା ରାବଣ ଦହନ ପ୍ରସ୍ତୁତି ଜୋରଦାର ଚାଲିଥିଲା । ପ୍ରାୟ 30 ଫୁଟ ଉଚ୍ଚତା ର ରାବଣ ପ୍ରତିମୂର୍ତ୍ତିକୁ ଟେକି ରଖିବାବେଳେ ଶାନ୍ତୁଳନ ହରାଇ ରାବଣ ପ୍ରତିମୂର୍ତ୍ତି ତଳେ ପଡିଯାଇଥିଲା । ଫଳରେ ପାଖରେ ଥିବା ଯୁଗେଶ୍ୱର ସତନାମୀ(୧୩) ନାମକ ଶିଶୁ ଙ୍କୁ ଗୁରୁତର ଆଘାତ ଆଘାତ ଲାଗିଛି । ଶିଶୁ ଗୁରୁତର ହେବାରୁ ଚିକିତ୍ସା ପାଇଁ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାକୁ ପଠାଯାଇଛି । ଘଟଣା ଘଟିବାପରେ କିଛି ସମୟ ରାବଣ ଦହନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ପରେ କମିଟି ଏବଂ ସ୍ଥାନୀୟ ଲୋକଙ୍କ ଆଲୋଚନା ପରେ ରାବଣ ଦହନ ସମ୍ପନ୍ନ ହୋଇଛି । Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.