ETV Bharat / state

Nuapada Accident: ଭାରସାମ୍ୟ ହରାଇ ପାଣି ଟାଙ୍କିକୁ ଧକ୍କା ଦେଲା ବାଇକ୍, 3 ମୃତ - କୋମନା ଥାନା ଅନ୍ତର୍ଗତ ଲର୍କି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା

ଭାରସାମ୍ୟ ହରାଇ ପାଣିଟାଙ୍କିରେ ପିଟିହେଲା ବାଇକ । ଚାଲିଗଲା 3 ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା
ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Oct 1, 2023, 6:31 PM IST

Updated : Oct 1, 2023, 7:49 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା

ନୂଆପଡ଼ା: କୋମନା ଥାନା ଅନ୍ତର୍ଗତ ଲର୍କି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପାଣିଟାଙ୍କିରେ ପିଟିହେଲା ବାଇକ । ଚାଲିଗଲା 3 ଯୁବକଙ୍କ ଜୀବନ । ମୃତ ଯୁବକମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜିର ଗାଁର ଗିରିସ ଚନ୍ଦନ, ଜଳପାଖେର ଗାଁର ପରମିତ ନିଆଲ ବୋଲି ଜଣାପଡ଼ିଥିବା ବେଳେ, ଆଉଜଣେ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ପଟୁ ଏକ ବାଇକ ଯୋଗେ 3 ଜଣ ଯୁବକ ଦୃତ ଗତିରେ ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଦ ଅଭିମୁଖେ ଆସୁଥିଲେ । ମୋଟର ସାଇକେଲଟି ଭାରସାମ୍ୟ ହରାଇବା ଫଳରେ 3 ଯୁବକ ଲର୍କି ଗାଁର ପାଣି ଟାଙ୍କିରେ ପିଟି ହୋଇଥିଲେ । ଦୁର୍ଘଟଣା ଶବ୍ଦଶୁଣି ଆଖପାଖ ଲୋକ ଘଟଣାସ୍ଥଳରେ ପହଞ୍ଚି କୋମନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଥିବା ଡାକ୍ତର ସୂଚନା ଦେଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ହାଇସ୍ପିଡରେ ଗାଡି ଚଳାଇବା ଫଳରେ ଭାରସାମ୍ୟ ହରାଇ ଗାଡିଟି ପାଣିଟାଙ୍କିକୁ ପିଟି ଦେଇଥିଲା । ଫଳରେ ଗାଡିଟି ରାସ୍ତା କଡକୁ ଛିଟିିକି ପଡିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ଖାନାରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଳବାଞ୍ଜିର ବୋଲି ଜଣାପଡିଛି । ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦିଆଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ..Road Accident: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ଅନ୍ୟପଟେ କିଛି ଦିନ ତଳେ ରାଇରଙ୍ଗପୁର ଦୁଆରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ବାଇକ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ସ୍ବାମୀ ଓ ସ୍ତ୍ରୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ରେବତୀ ଦାସ ।

ଇଟିଭି ଭାରତ, ନୂଆପଡା

Last Updated : Oct 1, 2023, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.