ନୂଆପଡା: ରାଜ୍ୟରେ ଆରମ୍ଭ ହୋଇଛି କାଳବୈଶାଖୀ ପ୍ରକୋପ । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ 5 ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା 6ଟା 30 ସମୟରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବିଜୁଳି ଘଡଘଡି ଆରମ୍ଭ ହୋଇଥିଲା । ଏହି ସମୟରେ ବୋଡେନ ବ୍ଳକ ବିନପୁର ଗାଁର ଯୁବରାଜ ଛାତ୍ରୀଆ, ଅଗ୍ନିଧର ମାଝୀ, କୁମରମଣୀ ମାଝୀ, ମରଗାଁର ବୈଷ୍ଣବି ମାଝୀ ଏବଂ ନିମନା ଗାଁର କମଲସିଂ ମାଝି ବଜ୍ରାଘାତରେ ଗୁରୁତର ହୋଇଛନ୍ତି ।
ତେବେ ବଜ୍ରାଘାତରେ ଗୁରୁତର 5 ଜଣକୁ ସମ୍ପର୍କୀୟମାନେ ଉଦ୍ଧାର କରି ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମଙ୍ଗଳବାର ବିନପୁର ଗାଁ ଲୋକେ ଏକାଠି ହୋଇ ଚୈତ୍ର ଯାତ୍ରା ପାଳନ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ