ଶିମଲା: ପାହାଡି ରାଜ୍ୟ ହିମାଚଳ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ କରୁଥିବା ହିମାଚଳକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସୌନ୍ଦର୍ଯ୍ୟ ପାଇଁ ନୁହେଁ ସିଙ୍ଗଡା ପାଇଁ... ହଁ ଆଜ୍ଞା ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଯାଇଛି ସିଙ୍ଗଡା । କିଏ କଲା ଗାଏବ ତାହାର ଯାଞ୍ଚ କରିଛି ସିଆଇଡି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଛି । ସେପଟେ ଏହାକୁ ନେଇ ଭାଇରାଲ ହେଉଛି ଅନେକ ମିମ୍ସ ।
କୁଆଡେ ଗଲା ସିଙ୍ଗଡା:
ଦିନ ଥିଲା 21 ଅକ୍ଟୋବର... କ୍ରାଇମ ଇନଭିଷ୍ଟିଗେନ ଡିପାର୍ଟମେଣ୍ଟ(CID)ର ହେଡକ୍ବାଟର୍ସରେ ଏକ ସମାରୋହ ଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ସୁଖୁବିନ୍ଦର ସିଂ ସୁଖୁଙ୍କ ଥାଳିରେ ପରସା ଯିବା ପାଇଁ ସିଙ୍ଗଡା ଓ କେକ୍ର 3ଟି ଡବା ଅଣାଯାଇଥିଲା । କିନ୍ତୁ ତାହା ମୁଖ୍ୟମନ୍ତ୍ରୀଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ବଂର ଗାଏବ ହୋଇଯାଇଥିଲା । ଏହି ଘଟଣା ନେଇ ଚହଳ ପଡିବା ପରେ ରାଜ୍ୟ ସରକାର ସିଆଇଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ସୁରକ୍ଷାକର୍ମୀଙ୍କୁ ପରସା ଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା:
ବରିଷ୍ଠ ପୋଲିସ ଅଧିକାରୀ ଏହାର ଯାଞ୍ଚ କରିଥିଲେ । ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଗାଯାଇଥିବା ସିଙ୍ଗଡା କେକ୍କୁ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପରସା ଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜଣେ ଏସଆଇଙ୍କୁ ହୋଟେଲରୁ କିଛି ଖାଦ୍ୟ ପଦାର୍ଥ ଆଣିବାକୁ କୁହାଯାଇଥିଲା । ଏହାପରେ ଏଆଇ ଏଏସଆଇ ଓ ଜଣେ ହେଡ କନଷ୍ଟେବଳଙ୍କୁ ଖାଇବା ଜିନିଷ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନେ 3ଟି ଡବାରେ ଖାଦ୍ୟ ଆଣିଥିବା ଏସଆଇଙ୍କୁ ଜଣାଇଥିଲେ । ଏହାପରେ ପର୍ଯ୍ୟଟନ ବିଭାଗର କର୍ମଚାରୀଙ୍କୁ ଏ ବାବଦରେ ପଚରା ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଜଳଖିଆରେ ପରସିବା ପାଇଁ 3ଟା ଡବା ରଖାଯାଇଥିଲା । ସେମାନେ କହିଥିଲେ ଏହା ମେନ୍ୟୁରେ ନଥିଲା ।
ଏମିତି ହେଲା ଗଡବଡ:
ଯାଞ୍ଚ ରିପୋର୍ଟରେ କୁହାଯାଇଛି କି, କେବଳ ଏସଆଇ ଓ ଏଏସଆଇ ଓ ହେଷ୍ଟ କନେଷ୍ଟବଳଙ୍କୁ ଏହି କାମ ଦିଆଯାଇଥିଲା । ସେମାନଙ୍କୁ ଜଣାଥିଲା 3ଟି ଡବା ମୁଖ୍ୟମନ୍ତ୍ରୀଙ୍କ ପାଇଁ । ପରେ ଯେଉଁ ମହିଳା ନିରୀକ୍ଷକଙ୍କ ଏହି ଡବା ଦିଆଯାଇଥିଲା ସେ କାହାକୁ ନପଚାରି ଏହି ସବୁ ଡବାକୁ ଯାନ୍ତ୍ରିକ ପରିବହନକୁ ପଠାଇ ଦେଇଥିଲେ । ଯେଉଁ ମାନେ ଜଳପାନ ତଦାରକ ଦାୟିତ୍ବରେ ଥିଲେ । ଏହି ପ୍ରକାରରେ ଏହି 3 ଡବା ଅନେକ ଲୋକଙ୍କ ହାତରେ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଅନ୍ୟ ସୁରକ୍ଷାକର୍ମୀଙ୍କୁ ପରସା ଯାଇଥିଲା ।
ଟାର୍ଗେଟ କଲା ବିଜେପି:
ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ବିରୋଧି ବିଜେପି । ବିଜେପି ନେତା କହିଛନ୍ତି ରାଜ୍ୟରେ ଏତେ ଦୁର୍ନୀତି ଚାଲିଛି କିନ୍ତୁ ସରକାରଙ୍କୁ ସିଙ୍ଗଡା ଚିନ୍ତା ଘାରିଛି । ସରକାରଙ୍କୁ ବିକାଶର ନୁହେଁ ସିଏମଙ୍କ ପାଇଁ ମଗାଯାଇଥିବା ସିଙ୍ଗଡା ଚିନ୍ତା । ରିପୋର୍ଟରେ ସରକାର ବିରୋଧି କ୍ରୁର ଭଳି ଶବ୍ଦ ବ୍ୟବହାର କରାଯାଉଛି । ହିମାଚଳକୁ ନେଇ କୌତୁହଳ କରାଯାଉଛି ।
ସୋସିଆଲ ମିଡିଆରେ ଭାଇରାଲ ମିମ୍ସ:
Bureaucrats in Himachal Pradesh before the next meeting with “Samosa CM” Sukhu Ji…#SamosaGate pic.twitter.com/EYlZV9eF5n
— Tapashish Chakraborty (@TapashishC) November 8, 2024
ସେପଟେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ଭାଇରାଲ ହେବାରେ ଲାଗିଛି । ସିଙ୍ଗଡାକୁ ନେଇ କିଏ ଫଟୋ ପୋଷ୍ଟ କରୁଛି ତ କିଏ ପୁଣି ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା କୁଆଡେ ଗଲା ବୋଲି ପଚାରୁଛନ୍ତି । ଯାହା ଏବେ ବେଶ ଭାଇରାଲ ହେଉଛି ।
Himachal Govt in a samosa. #SamosaGate pic.twitter.com/b0LNnfpXf8
— Sid 🇮🇳 (@sidduu96) November 8, 2024
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ