ETV Bharat / state

4 ଆନ୍ତଃରାଜ୍ୟ ଡକାୟତ ଗିରଫ, ବିଭିନ୍ନ ସାମଗ୍ରୀ ଜବତ

author img

By

Published : Mar 8, 2020, 2:26 PM IST

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର 4 ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଧିକ ପଢନ୍ତୁ...

dacoits arrested
ଆନ୍ତଃରାଜ୍ୟ ଡକାୟତ ଗିରଫ

ନୂଆପଡା: ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ । ନୂଆପଡା ଜିଲ୍ଲା ସଦର ପୋଲିସକୁ ମିଳିଛି ବଡ ସଫଳତା । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର 4 ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। 1ଲକ୍ଷ 30 ହଜାର ନଗଦ ଟଙ୍କା ସହ 5 ତୋଳା 35 ଗ୍ରାମ ସୁନା ଅଳଙ୍କାର,1 କେଜି 800 ଗ୍ରାମ ରୂପା ଅଳଙ୍କାର, 23 ଗୋଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ, 6 ଗୋଟି ଡିକି ଖୋଲିବା ଚାବି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ନୂଆପଡା ପୋଲିସ ।

ଆନ୍ତଃରାଜ୍ୟ ଡକାୟତ ଗିରଫ

ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧିକ୍ଷକ ବିନୀତ କୁମାର ଅଗ୍ରୱାଲ । ସୂଚନା ଅନୁସାରେ, ଗତ ଜାନୁୟାରୀ18 ତାରିଖରେ ନୂଆପଡା ବ୍ଳକ ବୋଥା ଗ୍ରାମର ପର୍ଶୁରାମ ରଣାଙ୍କ ମୋଟର ସାଇକଲ ଡିକି ଭାଙ୍ଗି କେହି ଦୁର୍ବୃତ୍ତ 49 ହଜାର ଟଙ୍କା ଲୁଟିନେଇଥିଲେ । ଏନେଇ ନୂଆପଡା ଥାନାରେ ପର୍ଶୁରାମ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିର୍ତ୍ତି କରି ନୂଆପଡା ଥାନା ପୋଲିସ ତଦନ୍ତ କରୁଥିବା ସମୟରେ ନୂଆପଡା ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ରବିବାର ଘଟଣାରେ ସଂପୃକ୍ତ 4 ଜଣ ଆନ୍ତଃରାଜ୍ୟ ଡକାୟତାକୁ ଗିରଫ କରିବାରେ ସଫଳ ହୋଇଛି ନୂଆପଡା ପୋଲିସ ।

ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ମହାସମୁଦ୍ଦ ଏବଂ ଓଡିଶା ଗଞ୍ଜାମ ଆସ୍କା ଅଞ୍ଚଳର ବୋଲି ଜଣାପଡିଛି । ରବିବାର ଅଭିଯୁକ୍ତମାନକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କ ନାମରେ ଏକାଧିକ ମାମଲା ପଡୋଶୀ ଜିଲ୍ଲା ବରଗଡ଼,ବଲାଙ୍ଗୀରରେ ମଧ୍ୟ ରହିଥିବା ସୂଚନା ମିଳିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.