ନୂଆପଡା: ଦେଶ ବ୍ୟାପି ଲକଡାଉନ ଜାରି ରହିଥିବାବେଳେ ଜନଶୂନ୍ୟ ରହିଛି ରାସ୍ତାଘାଟ । ଏହାର ସୁଯୋଗ ନେଇ ସକ୍ରିୟ ହୋଇପଡିଛନ୍ତି ବେଆଇନ ମଦ ମାଫିଆ । ନୂଆପଡା ଜିଲ୍ଲା ସିଲଦା ଡୁମେରପାଣି ନିକଟସ୍ଥ ଆମ୍ବ ତୋଟାରେ ନୂଆପଡା ପୋଲିସ ଅତର୍କିତ ଚଢ଼ାଉ କରି 4ଜଣ ବେଆଇନ ମଦ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ମଦ ମାଫିଆଙ୍କଠାରୁ 5 ଗୋଟି ପ୍ଲାଷ୍ଟିକ ଜାର ସହ 60ଲିଟର ଦେଶୀମଦ, 2ଟି ମୋବାଇଲ ଏବଂ ନଗଦ 6300 ଟଙ୍କା ଜବତ କରିଛି ପୋଲିସ । ଏହା ସହ 4 ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ନୂଆପଡ଼ା ପୋଲିସ ସୂଚନା ଦେଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ