ETV Bharat / state

20ତମ JMBC କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବୋଡେ଼ନ ବ୍ଲକ ଖଇରା ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ 20 ତମ ବଲସ ଘରୋଇ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ..

20th JMBC cricket tournament khaira 2021 inaugurated
20ତମ JMBC କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ
author img

By

Published : Jan 7, 2021, 10:59 PM IST

ନୂଆପଡା: ବୋଡେ଼ନ ବ୍ଲକ ଖଇରା ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ 20ତମ ବଲସ ଘରୋଇ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ବାସନ୍ତୀପ୍ରଭା ମାଝୀ, ସମ୍ମାନିତ ଅତିଥି ଭାବରେ ଖଇରା ଗ୍ରାମପଞ୍ଚାୟତ ସରପଞ୍ଚ ସୁକାନ୍ତି ନାଗ, BJP ନାରୀ ନେତ୍ରୀ କ୍ଷେମଲତା ଦଣ୍ଡସେନା ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି।

20ତମ JMBC କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜର ସେକ୍ରେଟାରୀ ପଦ୍ମନ ଦଣ୍ଡସେନା ଉପଦେଷ୍ଟା ମହେନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାନୀ ଝାଙ୍କରଙ୍କ ଦ୍ଵାରା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଉଦ୍‌ଘାଟନୀ ମ୍ୟାଚ କେସରାଜପୁର ଓ କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ କର୍ଲାକୋଟ ଟସଜିଣି ବ୍ୟାଟିଂ କରି ପ୍ରଥମ ଇନିଂସରେ 12 ଓଭରରେ ସମସ୍ତ ୱିକେଟ ହରାଇ 108 ରନ ସଂଗ୍ରହ କରିଥିଲା । ଏହାର ଜବାବରେ କେସରାଜପୁର 8 ଓଭରରେ ସମସ୍ତ ଉଇକେଟ ହରାଇ 44 ରନ କରିବାକୁ ସକ୍ଷମ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.