ETV Bharat / state

ବିଜେଡିରେ ଅସନ୍ତୋଷ, ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ 20 କର୍ମୀ

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟକାର୍ତ୍ତା ମଧ୍ୟରେ ଅସନ୍ତୋଷ । ଏକ କାଳୀନ 20 ଜଣ କାର୍ଯ୍ୟକାର୍ତ୍ତା ପ୍ରାଥମିକ ସଦସ୍ୟରୁ ଦେଲେ ଇସ୍ତଫା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 30, 2023, 7:36 AM IST

ବିଜେଡିରେ ଅସନ୍ତୋଷ, ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ 20 କର୍ମୀ
ବିଜେଡିରେ ଅସନ୍ତୋଷ, ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ 20 କର୍ମୀ
ବିଜେଡିରେ ଅସନ୍ତୋଷ, ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ 20 କର୍ମୀ

ନୂଆପଡା: ବିଜେଡିରେ ଗୋଷ୍ଠୀ କନ୍ଦଳ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟକାର୍ତ୍ତା ମଧ୍ୟରେ ଅସନ୍ତୋଷ । ସିନାପାଲି ବ୍ଲକ ବିଜୁ ଜନତା ଦଳ ପୂର୍ବତନ ସଭାପତି ପ୍ରିୟ ରଞ୍ଜନ ମେହେର ସମେତ ଏକ କାଳୀନ 20 ଜଣ କାର୍ଯ୍ୟକର୍ତ୍ତା ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜୁ ଜନତା ଦଳ ଦୁର୍ବଳ ହେବାରେ ଲାଗିଛି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାରମ୍ବାର ପରାଜୟ ହେଉଛନ୍ତି । ଫଳରେ ବିଜୁ ଜନତା ଦଳକୁ ନିର୍ବାଚନ ପରାଜୟ ସ୍ୱୀକାର କରିବାକୁ ପଡୁଛି । ସାଧାରଣ ଭୋଟର ମଧ୍ୟ ବିଜୁ ଜନତା ଦଳରୁ ଦୂରେଇ ରହୁଛନ୍ତି ବୋଲି ବିଜୁ ଜନତା ଦଳ ସିନାପାଲି ବ୍ଲକ ପୂର୍ବତନ ସଭାପତି ପ୍ରିୟ ରଞ୍ଜନ ମେହେର ପ୍ରକାଶ କରିଛନ୍ତି ।

ସେହିଭଳି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ଲୋକ ପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି । ସାଂଗଠାନିକ କାର୍ଯ୍ୟରେ ତୃଣମୂଳ ସ୍ତରରୁ ସମସ୍ତ କାର୍ଯ୍ୟକାର୍ତ୍ତାଙ୍କୁ ନେଇ କାମ କରୁନାହାଁନ୍ତି । କେବଳ ନିର୍ଦ୍ଧିଷ୍ଟ ଗୋଟିଏ ଗୋଷ୍ଠୀକୁ ନେଇ ଦଳ ଭିତରେ ମତ ଭେଦ ସୃଷ୍ଟି କରୁଥିବା ମେହେର ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଦଳୀୟ ବରିଷ୍ଠ ନେତୃମଣ୍ଡଳୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଚାର କଲେ ନାହିଁ । ଫଳରେ ବାଧ୍ୟହୋଇ ଆଜି ବିଭିନ୍ନ ଦାୟିତ୍ଵରେ ଥିବା 20 ଜଣ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ପର୍ଶୁରାମ ଧଡ଼ାଙ୍କୁ ନେଇ ରାଜନୀତି: ଦ୍ବନ୍ଦ୍ବରେ ଜନତା, ବିରୋଧ ପରେ ଆଜି ସପକ୍ଷରେ ଶପଥ

ସିନାପାଲିର ପୂର୍ବତନ ବିଜେଡ଼ି ସଭାପତି ପ୍ରିୟ ରଞ୍ଜନ ମେହେର କହିଛନ୍ତି "ଲମ୍ବୋଦର ନିଆଲଙ୍କୁ ଲଗାତାର ଦୁଇଥର ଟିକେଟ ଦିଆଗଲା କିନ୍ତୁ ବାରମ୍ବାର ତାଙ୍କ ନେତୃତ୍ବର ବିଫଳତା ଅଞ୍ଚଳ ପାଇଁ ଉପଯୁକ୍ତ ପ୍ରୀର୍ଥୀତ୍ବ ହୋଇପାରୁ ନାହାନ୍ତି । ଲୋକ ତାଙ୍କୁ ପସନ୍ଦ କରୁ ନାହାନ୍ତି । ଏହାସହ ନିଜ ଇଚ୍ଛାରେ ଅଞ୍ଚଳରେ ଦଳର ସଂଗଠନ କରୁଛନ୍ତି । ଦୁର୍ଭାଗ୍ୟର ବିସୟ ସେ ନିଜକୁ ନିଜେ ଆତ୍ମ ଘୋଷିତ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରି ବ୍ୟାନର ଲଗାଉଛନ୍ତି । ଏହା ବିରୁଦ୍ଧରେ ଦଳର ଉଚ୍ଚପଦସ୍ତ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲୁ । ଲୋମ୍ବୋଦରଙ୍କ ପାଇଁ ସିନାପାଲି ସଂଗଠନ ଦିନକୁ ଦିନ ଦୁର୍ବଳ ହୋବାରେ ଲିଗିଛି । ଏହାକୁ ପ୍ରତିବାଦ କରି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛୁ ।"

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.