ନୂଆପଡା: ନୂଆପଡ଼ାର ବଡ଼ମହେଶ୍ୱର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଲିଭିଗଲା ଦୁଇ ଜୀବନ ଦୀପ । ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ ଯୁବକ ବରପଦର ଗାଁ'ର ସୁନୀଲ ବେହେରା ଏବଂ ଗୋବିନ୍ଦା ନାଗ ବୋଲି ଜଣାପଡିଛି । ସେହିପରି ଗୁରୁତର ଥିବା ଯୁବକ ଆଲୋକ ରାଉତ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-କାଉଡିଆଙ୍କ ଉପରେ ମାଡିଗଲା କାର: 2 ମୃତ, 11 ଆହତ
ସୂଚନା ମୁତାବକ, ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡ଼ମହେଶ୍ୱର ଗାଁ ନିକଟ 53 ଜାତୀୟ ରାଜପଥରେ ୩ଜଣ ଯୁବକ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଖବରପାଇ ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ କ୍ଷତିପୂରଣ ଦାବିରେ 353 ଜାତୀୟ ରାଜପଥ ବଦମହେଶ୍ୱରଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଯାନ ବାହାନ ଚଳାଚଳ ଠପ ହୋଇ ପଡ଼ିଛି । ଅନ୍ୟପଟେ ଖଡ଼ିଆଳ ପୋଲିସ ଓ ଖଡ଼ିଆଳ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଦେଇଛି । କ୍ଷତିପୂରଣ ସହ ତୁରନ୍ତ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଗିରଫ ଦାବି କରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ ।
ଏହା ମଧ୍ୟ ପଢନ୍ତୁ- ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, 2 ଗରୁତର
ପ୍ରକାଶ ଥାଉକି, ଗତ ମାସରେ ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ନିକଟରେ କାର ସହିତ ବାଇକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ପାରାଦୀପରେ ଥିବା ଆଇଓସିଏଲ କମ୍ପାନୀର ଏକ କାର ପାରାଦୀପ ଅଭିମୁଖେ ଯାଉଥିବା ସମୟରେ ପଙ୍କପାଳ ନିକଟରେ ହଠାତ୍ କାରଟିର ଚକା ଫାଟିଯାଇଥିଲା । ଚକା ଫାଟିବା ଫଳରେ କାରଟି ଭାରସାମ୍ୟ ହରାଇ ସମ୍ମୁଖରେ ଆସୁଥିବା ଏକ ବାଇକ୍ ଆରୋହୀଙ୍କ ସହିତ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପୁଅ ଗୁରୁତର ହୋଇଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର