ନୂଆପଡା: ବେଙ୍ଗାଲୁରୁ ରୁରାଲରେ ଫସି ରହିଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଏରଗାଁର 10 ଓଡ଼ିଆ ପ୍ରବାସୀ ଶ୍ରମିକ । ଏହି 10 ଜଣ ଶ୍ରମିକ ଚଳିତ ବର୍ଷ ଜାନୁୟାରୀ ମାସରୁ ସେଠାରେ କାମରେ ନିୟୋଜିତ ଥିଲେ । ଲକଡାଉନ ପ୍ରଭାବରେ ଶ୍ରମିକଙ୍କ ପାଖରେ ରହିବାକୁ ସ୍ଥାନ କିମ୍ବା ଖାଇବାକୁ ପାଖରେ ଅର୍ଥ ନାହିଁ ।
4 ମାସର କାମ କରିବା ପରେ ଲକଡାଉନରେ କାମ ବନ୍ଦ ହୋଇଛି । ତେଣୁ ଏହି ଶ୍ରମିକଙ୍କୁ ମାଲିକ ଦେଉନି ଦରମା । ଯାହାଫଳରେ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ସୀମା ଟପିଯାଇଛି । ଫସିରହିଥିବା ଶ୍ରମିକଙ୍କୁ ମୁକ୍ତ କରି ନିଜ ଜ଼ିଲ୍ଲା ନୂଆପଡାକୁ ଆଣିବାପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଖଡ଼ିଆଳ ବିଧାୟକ ତଥା ବୋଡେନ ବିଡିଓଙ୍କୁ ଆକୁଳ ନିବେଦନ କରିଛନ୍ତି । ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ