ETV Bharat / state

ସ୍ବପ୍ନରେ ଲାଗିଲା ଡେଣା ! ଆକାଶରେ ଉଡୁଛି ଅଂଶୁମାନଙ୍କ ଫାଇଟର୍ ପ୍ଲେନ-ଡ୍ରୋନ୍ - ଡ୍ରୋନ

ନୟାଗଡ ଜିଲ୍ଲାରେ ବର୍ତ୍ତମାନ ଯୁବ ବୈଜ୍ଞାନିକ ଭାବରେ ବେଶ ଚର୍ଚ୍ଚାରେ ଅଂଶୁମାନ ମିଶ୍ର । ଅଦରକାରୀ ପଦାର୍ଥ ଓ ନିଜର ପ୍ରତିଭାକୁ ଉପଯୋଗ କରି ଅତ୍ୟନ୍ତ କମ ବୟସରେ ତିଆରି କରିପାରିଛନ୍ତି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଫାଇଟର ପ୍ଲେନ ମଡେଲ୍ ଓ ଡ୍ରୋନ । ଅଧିକ ପଢନ୍ତୁ...

ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଅଂଶୁମାନ; ନିଜସ୍ବ ଉଦ୍ୟମରେ ଉଡାଉଛନ୍ତି ଏରୋପ୍ଲେନ, ଡ୍ରୋନ

author img

By

Published : Mar 25, 2021, 6:34 PM IST

Updated : Mar 25, 2021, 6:57 PM IST

ନୟାଗଡ଼: ସମ୍ପ୍ରତି ସମୟରେ ଯୁବପିଢିମାନେ ପଥଭ୍ରଷ୍ଟ ହୋଇ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ଏହି ବୟସରେ ଭିନ୍ନ ଆକାଂକ୍ଷା ଦେଖିଛନ୍ତି ଜିଲ୍ଲାର ରଣପୁର ବ୍ଲକ ରାଜସୁନାଖଳା ଶାସନ ସାହିର ବିଶୁ ମୋହନ ମିଶ୍ରଙ୍କ ପୁଅ ଅଂଶୁମାନ ମିଶ୍ର । କମ୍‌ ବୟସରେ ସେ ପାଇଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । ନିଜସ୍ବ ଉଦ୍ୟମକ୍ରମେ ଫାଇଟର ପ୍ଲେନ ମଡେଲ୍ ଓ ଡ୍ରୋନ ନିର୍ମାଣ କରି ଉଡାଇଛନ୍ତି । ଜଣେ ଯୁବ ବୈଜ୍ଞାନିକ ଭାବେ ନିଜର ଏହି ପ୍ରତିଭାକୁ ବିନିଯୋଗ କରି ସମାଜ ତଥା ଲୋକମାନଙ୍କ ସାହାଯ୍ୟ ପାଇଁ ସେ ଦେଖିଛନ୍ତି ଅନେକ ସ୍ବପ୍ନ ।

ଆକାଶରେ ଉଡୁଛି ଅଂଶୁମାନଙ୍କ ଫାଇଟର୍ ପ୍ଲେନ-ଡ୍ରୋନ୍

ଅଂଶୁମାନଙ୍କୁ 18 ବର୍ଷ ବୟସ ହୋଇଥିବା ବେଳେ ସେ ଯୁକ୍ତ 2 ବିଜ୍ଞାନ ପଢା ସାରି ବି.ଟେକ ପଢୁଛନ୍ତି । ନିଜେ ପାଠ ପଢିବା ସହିତ ଏଭଳି ଅତ୍ୟାଧୁନିକ ଏରୋପ୍ଲେନ ମଡେଲ୍ ଓ ଡ୍ରୋନ ନିର୍ମାଣ କରୁଛନ୍ତି । ତେବେ ଛୋଟ ବେଳୁ ଅଂଶୁମାନ ନିଜର ପ୍ରତିଟି ଖେଳନାକୁ ଭାଙ୍ଗି ପୁଣି ଏହାକୁ ଯୋଡ଼ିଥାନ୍ତି । ପିତାମାତା ଛୋଟ ବେଳେ ପୁଅର ଏହି କାର୍ଯ୍ୟ ଦେଖି ତାଙ୍କୁ ଦୁଷ୍ଟ ବୋଲି ଭାବୁଥିବା ବେଳେ ବର୍ତ୍ତମାନ ଏହି ଦୁଷ୍ଟାମି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଲକଡାଉନ ସମୟରେ ମିଳିଥିବା ପର୍ଯ୍ୟାପ୍ତ ସମୟକୁ ସେ ନିଜର ପ୍ରତିଭା କାର୍ଯ୍ୟରେ ଲଗାଇଥିଲେ ଏବଂ ତିଆରି କରିଥିଲ ଫାଇଟର ଏରୋପ୍ଲେନ ଏଫ-22ର ମଡେଲ ଓ ଡ୍ରୋନ ।

ବାପା ବିଶୁ ମୋହନ ଜଣେ ଶିକ୍ଷକ ହୋଇଥିବା ବେଳେ ପୁଅର ଏହି କାର୍ଯ୍ୟ ପାଇଁ ଅର୍ଥ ମଧ୍ୟ ଯୋଗାଇ ଦେଇଥାନ୍ତି । ବାପାଙ୍କ ଅର୍ଥକୁ ବ୍ୟବହାର କରି 15 ହଜାର ଓ 25 ହଜାର ଟଙ୍କା ବିନିମୟରେ ସେ ଯଥାକ୍ରମେ ଏରୋପ୍ଲେନ ଓ ଡ୍ରୋନ ତିଆରି କରିପାରିଛନ୍ତି । ଅଂଶୁମାନଙ୍କ ରିମୋଟର ସନ୍ଦେଶ ପାଇବା ମାତ୍ରେ ଆଖୁ ପିଛୁଳାକେ ଦୂର ଆକାଶକୁ ଉଡିଯାଉଛି ଏହି ଏରୋପ୍ଲେନ ଓ ଡ୍ରୋନ । ଡ୍ରୋନରେ ସେ କ୍ୟାମରା ମଧ୍ୟ ଲଗାଇଛନ୍ତି । ଅଂଶୁମାନ ନିଜ ପ୍ରତିଭାକୁ ବ୍ୟବହାର କରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ବପ୍ନ ଦେଖିଛନ୍ତି । ସେ ବର୍ତ୍ତମାନ ଏକ କଥାକୁହା ରୋବଟ୍‌ ଓ ରିମୋଟ କଣ୍ଟ୍ରୋଲ ବୋଟ ନିର୍ମାଣ କରୁଛନ୍ତି । ଏହି ରିମୋଟ କଣ୍ଟ୍ରୋଲ ବୋଟକୁ ସେ ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଚିନ୍ତା କରିଛନ୍ତି । ବନ୍ୟା ସମୟରେ ସହଜରେ ପାଣି ମଧ୍ୟକୁ ଲୋକମାନେ ଯାଇପାରୁନଥିବା ବେଳେ ଏହି ବୋଟ ଲୋକଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିବ ।

ପ୍ରଥମେ ଯେତେବେଳେ ଏହି ଅତ୍ୟାଧୁନିକ ଯନ୍ତ୍ରପାତିକୁ ଅଂଶୁମାନ ନିର୍ମାଣ କରିବା ଆରମ୍ଭ କରିଥିଲେ ସେତେବେଳେ ବାରମ୍ବାର ବିଫଳ ହୋଇଥିଲେ । ମାତ୍ର ସେ ମନ ଉଣା ନକରି ଇଣ୍ଟରନେଟରେ ଏହା ସମ୍ପର୍କରେ ଜ୍ଞାନ ଆହରଣ କରି ନିର୍ମାଣ କାର୍ଯ୍ୟ ଆରମ୍ବ କରିଥିଲେ । ଛୋଟ ବେଳେ ନିଜ ଖେଳନାକୁ ବାରମ୍ବାର ଭାଙ୍ଗି ସଜାଡ଼ି ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି । ଦୃଢ ଇଛା ଶକ୍ତି ଆଜି ତାଙ୍କୁ ସଫଳତା ଦେଇଛି । ଅନ୍ୟପଟେ ଏଭଳି ଆହୁରି ଅତ୍ୟାଧୁନିକ ଜିନିଷ ତିଆରି କରିବା ପାଇଁ ଅଂଶୁମାନ ସରକାରଙ୍କ ସହାୟତା ଲୋଡିଛନ୍ତି । ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳିଲେ ସେ ଏଭଳି ବୈଜ୍ଞାନିକ ସାମଗ୍ରୀ ନିର୍ମାଣ କରି ଓଡିଶାକୁ ଗର୍ବ ଅନୁଭବ କରାଇପାରିବେ ବୋଲି କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Mar 25, 2021, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.