ETV Bharat / state

ଅଚିହ୍ନା ରୋଗରେ ପୀଡ଼ିତ ପୁଅ, ଚିକିତ୍ସା ପାଇଁ ବିଧବା ମା'ର ଆକୁଳ ନିବେଦନ - ନୟାଗଡ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଠୁଣି ଗାଁ

ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ 21 ବର୍ଷିୟ ଯୁବକ ସନ୍ତୋଷ ବିଶ୍ବାଳ । ଏପଟେ ପାଖରେ ଯଥେଷ୍ଟ ଅର୍ଥ ନଥିବାରୁ ପୁଅର ଚିକିତ୍ସା କରାଇପାରୁ ନାହାଁନ୍ତି ବିଧବା ମା’ । ଏହି ଘଟଣାଟି ହେଉଛି ନୟାଗଡ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଠୁଣି ଗାଁର । ଅଧିକ ପଢନ୍ତୁ...

ଅଚିହ୍ନା ରୋଗରେ ପୀଡ଼ିତ ପୁଅ, ଚିକିତ୍ସା ପାଇଁ ବିଧବା ମା'ର ଆକୁଳ ନିବେଦନ

author img

By

Published : Mar 8, 2021, 10:27 AM IST

ନୟାଗଡ଼: ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଯୁବକ । ବସାଉଠା କରି ପାରୁନଥିବା ବେଳେ ପେଟ ଫୁଲାଇ ଶୋଇ ରହିଛି 21 ବର୍ଷିୟ ଯୁବକ ସନ୍ତୋଷ ବିଶ୍ବାଳ। ନବମ ଶ୍ରେଣୀରେ ପଢୁଥିବାବେଳେ ହଠାତ୍ ଏହି ଅଜଣା ରୋଗର ଶିକାର ହୋଇଥିଲେ ସନ୍ତୋଷ । ଏପଟେ ପାଖରେ ଯଥେଷ୍ଟ ଅର୍ଥ ନଥିବାରୁ ପୁଅର ଚିକିତ୍ସା କରାଇପାରୁ ନାହାଁନ୍ତି ବିଧବା ମା’ । ଏହି ଘଟଣାଟି ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଠୁଣି ଗାଁର । ସେହି ଗାଁର ସ୍ବର୍ଗତ ଅର୍ଜୁନ ବିଶ୍ବାଳଙ୍କ ପୁଅ ହେଉଛି ସନ୍ତୋଷ ।

ଅଚିହ୍ନା ରୋଗରେ ପୀଡ଼ିତ ପୁଅ, ଚିକିତ୍ସା ପାଇଁ ବିଧବା ମା'ର ଆକୁଳ ନିବେଦନ

ଘଟଣାରୁ ପ୍ରକାଶ ଯେ, ଦାଦନ ଶ୍ରମିକ ଭାବେ ଜାମୁ-କାଶ୍ମୀରକୁ ଯାଇ ଥିଲେ ସ୍ବାମୀ ଅର୍ଜୁନ ବିଶ୍ବାଳ l କାମ କରି ଯାହା ଅର୍ଥ ପଠାନ୍ତି, ସେଥିରେ ପରିବାର ଚଳେ l ହେଲେ ଭାଗ୍ୟର ବିଡମ୍ବନା ଦେଖ, ସ୍ବାମୀ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ପ୍ରାଣ ହରାଇଲେ l କିନ୍ତୁ ତାଙ୍କ ମୃତଦେହ ଆଉ ଗୁଣ୍ଠୁଣିଗାଁକୁ ଆସି ପାରିଲା ନାହିଁ l ପୁଅ ବାପାଙ୍କୁ ଦେଖି ପାରିଲାନି କି ପତ୍ନୀ ସ୍ବାମୀକୁ ଦେଖିପାରିଲେ ନାହିଁ l ପତ୍ନୀଙ୍କ ଆଖିରୁ ଦୁଃଖର ଲୁହ ସୁଖୀ ନଥିବା ବେଳେ ଆଉ ଏକ ଦୁଃଖର ବୋଝ ପତ୍ନୀ ସସି ବିଶ୍ବାଳଙ୍କ ଉପରେ l

ସ୍ବାମୀଙ୍କୁ ହରାଇବାର 15 ବର୍ଷ ବିତିଯାଇଥିଲା ବେଳେ 21ବର୍ଷୀୟ ପୁଅ ସନ୍ତୋଷବିଶ୍ବାଳ ଏବେ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ । ପୁଅର ଚିକିତ୍ସା ନିମନ୍ତେ ଜମି ବାଡ଼ି ବିକ୍ରି କରି ବିଭିନ୍ନ ଡାକ୍ତରଖାନା ବୁଲାଇ ନୟାନ୍ତ ହୋଇ ଗଲେଣି ଶଶୀମଣି l ଶେଷରେ ନାଚାର ହୋଇ ସରକାରୀ ସହାୟତା ପାଇଁ ସେ ଗୁହାରି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.