ETV Bharat / state

କାଠପୋଲ ଭରସାରେ ପର୍ଯ୍ୟଟନ ପୀଠ ଓ ଗାଁ ଲୋକେ

author img

By

Published : Oct 21, 2021, 8:23 AM IST

ନୟାଗଡ ଜିଲ୍ଲା ବଡ଼ଚକୁଣ୍ଡା ଗାଁ ଏବଂ ମା' ଖିଲାମୁଣ୍ଡାଙ୍କ ପୀଠ ମଧ୍ୟରେ ସମସ୍ୟା ସାଜିଛି ରାସ୍ତା । ଭଲ ରାସ୍ତା ସଙ୍ଗେ ସଙ୍ଗେ ବ୍ରିଜଟିଏ ନଥିବାରୁ କାଠପୋଲ ଉପରେ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ପର୍ଯ୍ୟଟନ ପୀଠ ଏବଂ ଗାଁକୁ କାଠପୋଲ ଭରସା, ଲୋକେ ହନ୍ତସନ୍ତ

ନୟାଗଡ: ଭକ୍ତ ଭଗବାନଙ୍କ ମଧ୍ୟରେ ସମସ୍ୟା ସାଜିଛି ରାସ୍ତା । ଝରଣା ଉପରେ ତିଆରି କାଠପୋଲ ଦେଇ ମା'ଙ୍କ ପାଖକୁ ଯାଉଛନ୍ତି ଶ୍ରଦ୍ଧାଳୁ । ସେହିପରି ରାସ୍ତାଟିଏ ନଥିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି ଶତାଧିକ ଲୋକେ । ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ସମସ୍ୟାରେ ସୁଧାର ଆସୁନି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଉପାନ୍ତ ଅଞ୍ଚଳ ବନ୍ଧମୁଣ୍ଡା ପଞ୍ଚାୟତ ବଡ଼ଚକୁଣ୍ଡା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ସମସ୍ୟା ।

ବଡ଼ଚକୁଣ୍ଡା ଗାଁ ଏବଂ ମା' ଖିଲାମୁଣ୍ଡାଙ୍କ ପୀଠ ମଧ୍ୟରେ ରାସ୍ତାଟିଏ ନାହିଁ l ପାଦ ଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି ଲୋକେ l ଗାଁ ଏବଂ ପର୍ଯ୍ୟଟନ ପୀଠକୁ ଯିବାକୁ ହେଲେ ଏକ ଝରଣା ଦେଇ ଯିବାକୁ ପଡ଼ିବ l ଏହି ଝରଣା ଉପରେ ଏକ ବ୍ରିଜ ପାଇଁ ପ୍ରଶାସନ ତରଫରୁ ଜନୈକ ଠିକାଦାରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l ମାତ୍ର ଠିକାଦାରଙ୍କ ଅବହେଳା କାରଣରୁ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡିରହିଛି ବ୍ରିଜ l

ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି l କାଠ ପୋଲ ହିଁ ଲୋକଙ୍କ ଏକମାତ୍ର ଭରସା l ପ୍ରତ୍ୟେକ ଦିନ କାଠ ପୋଲ ଦେଇ ଶତାଧିକ ଲୋକେ ମା ଖିଲାମୁଣ୍ଡାଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ଏହି କାଠପୋଲ ଉପରେ 2 ଚକିଆ ଯାନ ଯାତାୟାତ କରୁଛି l କେତେବେଳେ କାଠପୋଲ ଭାଙ୍ଗି ଦୁର୍ଘଟଣା ନ ଘଟିବ ତାହା କହି ହେଉନାହିଁ l

ବର୍ଷା ହେଲେ ଏହି ଗାଁଟି ବାହ୍ୟଜଗତରୁ ବିଛିନ୍ନ ହେଉଥିବାରୁ ଗମନାଗମନରେ ଅସୁବିଧା ସମ୍ମୁଖୀନ ହୁଅନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲ ନିର୍ମାଣ କାର୍ଯ୍ୟକୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ବର୍ଷା ଦିନେ ଏହି କାଠ ପୋଲ ହିଁ ଏମାନଙ୍କର ସାହାଭରଷା । ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀକାଳୀନ ସେବା ଏଠି ଅପହଞ୍ଚ l ଏହି ଅସ୍ଥାୟୀ ପୋଲ କେତେବେଳେ ପୁଣି ପାଣିର ସୁଅରେ ଭାସିଯାଇପାରେ । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.