ETV Bharat / state

ଲକଡାଉନ ନମାନି ପୋଲିସ ସହ ମହିଳାଙ୍କ ଯୁକ୍ତିତର୍କ, କହିଲେ ମୋର ଭିଜିଲାନ୍ସ ଅଫିସର ଚିହ୍ନା - nayagarh covid rules breaker women

ଲକଡାଉନ ନିୟମ ନମାନି ପୋଲିସ ସହ ଯୁକ୍ତିତର୍କ କଲେ ମହିଳା । କହିଲେ ମୋର ଭିଜିଲାନ୍ସ ଅଫିସର ଚିହ୍ନା । ଅଧିକ ପଢନ୍ତୁ...

ଲକଡାଉନ ନମାନି ପୋଲିସ ସହ ମହିଳାଙ୍କ ଯୁକ୍ତିତର୍କ, କହିଲେ ମୋର ଭିଜିଲାନ୍ସ ଅଫିସର ଚିହ୍ନା

author img

By

Published : May 31, 2021, 7:43 PM IST

Updated : May 31, 2021, 9:10 PM IST

ନୟାଗଡ: ଦଶପଲ୍ଲାରେ ପୋଲିସ ଚେକିଂ ବେଳେ ଜଣେ ମହିଳାଙ୍କ ସ୍କୁଟିକୁ ଅଟକାଇ ପୋଲିସକୁ ନାକେଦମ ହେବାକୁ ପଡିଛି। ମହିଳା ଜଣକ ହେଲମେଟ ପିନ୍ଧିନଥିବା ବେଳେ ମାସ୍କ ବଦଳରେ ମୁହଁରେ ଓଢଣୀ ବାନ୍ଧିଥିଲେ। ହେଲମେଟ ପାଇଁ ପୋଲିସ ଚାଲାଣ କାଟିବାରୁ ପୋଲିସ ସହ ମହିଳାଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ଘଟଣାସ୍ଥଳରୁ ମହିଳା ଜଣକ ଚାଲିଯିବାର କିଛି ସମୟ ପରେ ପୁନର୍ବାର ମହିଳା ଜଣକ ପୋଲିସ ପାଖକୁ ଆସିଥିଲେ।

ଲକଡାଉନ ନମାନି ପୋଲିସ ସହ ମହିଳାଙ୍କ ଯୁକ୍ତିତର୍କ, କହିଲେ ମୋର ଭିଜିଲାନ୍ସ ଅଫିସର ଚିହ୍ନା

କେହି ଜଣେ ଭିଜିଲାନ୍ସ ଡିଏସପିଙ୍କୁ ମହିଳା ଜଣକ ନିଜ ଫୋନ ଲଗାଇ ଦଶପଲ୍ଲା ପୋଲିସକୁ କଥା ହେବା ପାଇଁ କହିଥିଲେ। ଥାନାଧିକାରୀ ଫୋନରେ କଥା ହୋଇ ମହିଳାଙ୍କ ବ୍ୟବହାର ସମ୍ପର୍କରେ ଓ ଆଇନ ଉଲଘଂନ କଥା ଉକ୍ତ ଭିଜିଲାନ୍ସ ଅଧିକାରୀଙ୍କୁ କହିଥିଲେ l ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି l ତେବେ ପୋଲିସ ମହିଳାଙ୍କୁ ପରେ ଛାଡି ଦେଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : May 31, 2021, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.