ETV Bharat / state

ଜଳ ପାଇଁ ଯାଉଛି ଜୀବନ, ପୁରୁଷ ଶୂନ୍ୟ ହେବାରେ ଲାଗିଛି ଗାଁ - ନୟାଗଡ ଖବର

ଜଳ ପାଲଟିଛି ଜହର l କଥା ରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ l ଏଠି କିନ୍ତୁ କଥାଟା ଅଲଗା l ଏହି ଗ୍ରାମରେ ଜଳର ଅଭାବ ନାହିଁ କି ବହୁ ମାତ୍ରାରେ ବି ନାହିଁ l କିନ୍ତୁ ପାଣି ପାଇଁ ଚାଲିଯାଉଛି ଜୀବନ l ଇଏ ଜଳ ନା ଜହର ତାକୁ ନେଇ ଉଠିଛି ପ୍ରଶ୍ନ l ଅଧିକ ପଢନ୍ତୁ...

ଜଳ ପାଇଁ ଯାଉଛି ଜୀବନ, ପୁରୁଷ ଶୂନ୍ୟ ହେବାରେ ଲାଗିଛି ଗାଁ

author img

By

Published : Dec 1, 2020, 10:17 PM IST

ନୟାଗଡ: ଯେଉଁ ଜଳ ଜୀବନ ବଞ୍ଚାଏ , ସିଏ ସାଜୁଛି ମଣିଷ ପାଇଁ କାଳ l କିଡ଼ନୀ ରୋଗ ଦୁଇ ବର୍ଷ ରେ ନେଇଗଲାଣି ଏକାଧିକ ଜୀବନ l ଫଳରେ ଗାଁ ପୁରୁଷ ଶୂନ୍ୟ ହେବାରେ ଲାଗିଛି l ପରିବାରର ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇପଡ଼ିଛନ୍ତି ଲୋକେ l ପ୍ରିୟ ଜନଙ୍କୁ ଝୁରି ଝୁରି ଦିନ କଟୁଛି ଲୋକଙ୍କର l ରୋଜଗାରିଆ ସ୍ୱାମୀ ହରାଇଥିଲେ ବି ସରକାରୀ ଅନୁକମ୍ପା ଟିକେ ମିଳୁନାହାଁନ୍ତି l

ଜଳ ପାଇଁ ଯାଉଛି ଜୀବନ, ପୁରୁଷ ଶୂନ୍ୟ ହେବାରେ ଲାଗିଛି ଗାଁ

ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତ ତାରିଆ ଗ୍ରାମରେ ଘଟୁଛି l ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପାନୀୟ ଜଳ କେତେଦୂର ପିଇବା ଉଚିତ ଏବଂ ଅନୁଚିତ, ତାର ମାନ ନିର୍ଦ୍ଧାରଣ କରାଯାଉନାହିଁ l ଫଳରେ ବିଭିନ୍ନ ପ୍ରକାରର ପେଟରୋଗ ସହିତ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଜୀବନ ହାରୁଥିବା ତାରିଆ ଗ୍ରାମବାସୀ କହିଛନ୍ତି l ଏହାର କାରଣ ପାଣି ବୋଲି ଗ୍ରାମବାସୀ କୁହନ୍ତି l

ଆଦିବାସୀ ସାହିରେ ଥିବା ନଳକୂପରୁ ପାଣି ନେବାକୁ ହେଲେ ଚାହା ଛଣାରେ ଛାଣିବାକୁ ପଡୁଛି l ଏଇ ପାଣି ପିଇ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି l ଗ୍ରାମର ଲୋକେ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ପାଣିରେ ଫ୍ଲୋରାଇଡ଼ ମାତ୍ରାଧିକ ଥିବାରୁ ସେଇ ପାଣି ପିଇ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଧୀରେ ଧୀରେ ଏହି ରୋଗ ମଣିଷ ଶରୀରକୁ କରାୟତ୍ତ କରୁଛି l ଲୋକେ ଜାଣି ରୋଗ ଚି଼ହ୍ନଟ କରିବା ବେଳକୁ ସ୍ଥିତି ଅସମ୍ଭାଳ ହୋଇପଡୁଛି l

ଏବେ 10ରୁ ଉର୍ଦ୍ଧ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ଅଛନ୍ତି l ଗାଁରେ ଅନେକ ଜଳ ଯୋଗୁ ଅଚିହ୍ନା ରୋଗରେ ଆକ୍ରାନ୍ତ ଅଛନ୍ତି l ଇଏ ହେଉଛନ୍ତି ଜଣେ ବୃଦ୍ଧା l ଘର ଦୁଆରେ ଶୋଇଛନ୍ତି କେଉଁ ରୋଗ ହୋଇଛି ପଚାରିଲେ କୁହନ୍ତି ପାଣି ପାଇଁ ଏ ରୋଗ ହୋଇଛି l କିନ୍ତୁ କେଉଁ ନିର୍ଦ୍ଧିଷ୍ଟ ରୋଗ ହୋଇଛି ଜାଣିନାହିଁ l ଏ ସମ୍ପର୍କ ରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି l ଜଳର ଉପଯୁକ୍ତ ମାନ ପରୀକ୍ଷା କରାଯିବା ସହିତ ବର୍ତ୍ତମାନ କିଡ଼ନୀରେ ପୀଡିତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.