ETV Bharat / state

କୋରୋନା ଭୟରେ ମୃତଦେହ ଛୁଇଁଲେନି ଲୋକେ, ସ୍ବେଚ୍ଛାସେବୀ ସଂଗଠନ କଲା ଅନ୍ତିମ ସଂସ୍କାର - ନୟାଗଡ଼

କୋରୋନା ମହାମାରୀ ଭୟାବହତା କାରଣରୁ ମୃତଦେହକୁ ଛୁଁ ନାହାଁନ୍ତି ସମ୍ପର୍କୀୟ । ଶେଷରେ ଅନେକ ଏନଜିଓ ଓ ସରକାରୀ କର୍ମଚାରୀ ଆଗେଇ ଆସୁଛନ୍ତି ଅନ୍ତିମ ସଂସ୍କାର କରିବାକୁ । ଅଧିକ ପଢନ୍ତୁ...

ଅନ୍ତିମ ସଂସ୍କାର କଲା ସ୍ବେଚ୍ଛାସେବୀ ସଂଗଠନ
ଅନ୍ତିମ ସଂସ୍କାର କଲା ସ୍ବେଚ୍ଛାସେବୀ ସଂଗଠନ
author img

By

Published : Jun 6, 2021, 9:13 AM IST

ନୟାଗଡ଼ : କୋରୋନା ମହାମାରୀ ଭୟାବହତା କାରଣରୁ ମୃତଦେହକୁ ଛୁଁ ନାହାଁନ୍ତି ସମ୍ପର୍କୀୟ । ଶେଷରେ ଅନେକ ଏନଜିଓ ଓ ସରକାରୀ କର୍ମଚାରୀ ଆଗେଇ ଆସୁଛନ୍ତି ଅନ୍ତିମ ସଂସ୍କାର କରିବାକୁ । ଏହି କ୍ରମରେ ଜିଲ୍ଲାର ଏକ ସ୍ବେଚ୍ଛାସେବୀ ସଂଗଠନ ‘ଅନନ୍ୟା’ ଆଗେଇ ଆସିଛି । କୋରୋନା ଡରରେ ଲୋକେ ଅନ୍ତିମ ସଂସ୍କାର କରିବାକୁ ଆସିଲେନି ତେଣୁ ବାଇକ ଯୋଗେ ସଂଗଠନର ସଦସ୍ୟ ଶ୍ମଶାନ ଯାଏଁ ନେଇ ଆସିଥିଲେ ।

ଅନ୍ତିମ ସଂସ୍କାର କଲା ସ୍ବେଚ୍ଛାସେବୀ ସଂଗଠନ

ନୟାଗଡ଼ ଉପକଣ୍ଠ ଘଡୁଆଳ ଗ୍ରାମର ଦୋଇତ ଦେଈ ନାମୀ ଜଣେ ମହିଳା କିଛି ଦିନ ଜରରେ ଆକ୍ରାନ୍ତ ହୋଇଥିଲେ ପରେ ସୁସ୍ଥ ହୋଇଥିଲେ ମଧ୍ୟ । କିନ୍ତୁ ଶୁକ୍ରବାର ରାତିରେ ତାଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ଗ୍ରାମବାସୀମାନେ କୋରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ମୃତଦେହ ଅନ୍ତି ସଂସ୍କାର କରିନଥିଲେ । କିମ୍ବା କୌଣସି ବନ୍ଧୁ ବାନ୍ଧବ ବି ଆସିନଥିଲେ ।

ଶନିବାର ସକାଳୁ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ଆଶୁତୋଷ ଦାସ, ସନ୍ତୋଷ ପ୍ରଧାନ ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ । ବାଇକ ଯୋଗେ ସଂଗଠନର ସଦସ୍ୟ ଗାଁରୁ ମୃତଦେହକୁ ଶ୍ମଶାନକୁ ନେଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.