ETV Bharat / state

କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଗାଁରେ ଉତ୍ତେଜନା, ଡାକ୍ତରୀ ଟିମ ଚାରିଘଣ୍ଟା ଅଟକ

ନୟାଗଡ ଜିଲ୍ଲା ରଣପୁର ବ୍ଲକ ମୟୁରଝାଲିଆ ଗାଁରେ କୋଭିଡ ପରୀକ୍ଷା ରିପୋର୍ଟକୁ ନେଇ ଗ୍ରାମବାସୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଡାକ୍ତରଙ୍କୁ ଚାରି ଘଣ୍ଟା ଅଟକ ରଖିଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : May 23, 2021, 8:25 AM IST

କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଉତ୍ତେଜନା
କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଉତ୍ତେଜନା

ନୟାଗଡ: କୋରୋନା ଟେଷ୍ଟ ରିପୋର୍ଟକୁ ନେଇ ଉତ୍ତେଜନା । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ମୟୁରଝାଲିଆ ଗାଁରେ । କୋଭିଡ ପରୀକ୍ଷା ରିପୋର୍ଟକୁ ନେଇ ଗ୍ରାମବାସୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଡାକ୍ତରଙ୍କୁ ଚାରି ଘଣ୍ଟା ଅଟକ ରଖିଥିବା ଜଣାପଡିଛି ।

କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଉତ୍ତେଜନା

ସୂଚନାଅନୁସାରେ, ତିନି ଦିନ ତଳେ ଗାଁର 24ଜଣଙ୍କର ଆରଟିସିଆର ଟେଷ୍ଟ କରାଯାଇଥିଲା । 24ଜଣଙ୍କ ମଧ୍ୟରୁ 20ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପୁଣି ରଣପୁର ଯାଇ କୋଭିଡ ପରୀକ୍ଷା କରାଇଥିଲେ । ସେଠାରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ । ଫଳରେ ଏହାକୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗାଁକୁ ଯାଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଡାକ୍ତରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାର ଖବର ପାଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତାହା ସହିତ ଡାକ୍ତର ବିଶ୍ୱଜିତ ମହାପାତ୍ର ଓ ତାଙ୍କ ଟିମକୁ ଉଦ୍ଧାର କରିଥିଲା ପୋଲିସ ।

ଡାକ୍ତରଙ୍କ ଅଭିଯୋଗ ପରେ ଏ ନେଇ ଚାନ୍ଦପୁର ଥାନାରେ 72/2021ରେ ଏକ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ । ନୟାଗଡ଼ ଏସପି ଏବଂ ଜିଲ୍ଲପାଳ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି । ଡାକ୍ତରଙ୍କୁ ଅଟକ ରଖିଥିବା ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.