ନୟାଗଡ: ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଡା ସୁରକ୍ଷା ମଧ୍ୟରେ କଣ୍ଟିଲୋ ନୀଳମାଧବ ପୀଠରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ନୟାଗଡ଼ର ଜଗନ୍ନାଥଙ୍କ ଆଦିପୀଠ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏତତ ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।
ଭିକେ ପାଣ୍ଡିଆନଙ୍କ ସହ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସେବକମାନଙ୍କ ଅଭିଯୋଗ ଶୁଣିବା ସହ ମନ୍ଦିର ପୂଜକ ଏବଂ ସେବକ ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ ପାଣ୍ଡିଆନ l ଜଗନ୍ନାଥଙ୍କ କ୍ଷେତ୍ରର ଉନ୍ନତି ହେବା ନେଇ ସେବକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି 5T ସଚିବ ପାଣ୍ଡିଆନ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ