ETV Bharat / state

ରେଳପଥ ପାଇଁ ଜମି ନେଲେ ହେଲେ କ୍ଷତି ପୂରଣ ଦେଲେନି, ଧାରଣାରେ ହିତାଧିକାରୀ - ଲୋକଙ୍କୁ ମିଳିଲାନି କ୍ଷତିପୂରଣ

ରେଳପଥ ପାଇଁ ଜମି ଅଧିଗ୍ରହଣ କରି କ୍ଷତିପୂରଣ ନଦେବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୀର୍ଘ 6 ମାସ ହେଲା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସି ରହିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡ଼ା କଲୋନୀବାସୀ । ଅଧିକ ପଢ଼ନ୍ତୁ

villagers protest for Compensation in nayagarh
ରେଳପଥ ପାଇଁ ଜମି ନେଲେ ହେଲେ କ୍ଷତିପୂରଣ ଦେଲେନି, ହିତାଧିକାରୀଙ୍କ ଧାରଣା
author img

By

Published : Sep 27, 2022, 9:04 PM IST

ନୟାଗଡ଼: ରେଳପଥ ପାଇଁ ଜମି ଅଧିଗ୍ରହଣ ହେଲା । ଲୋକଙ୍କୁ ମିଳିଲାନି କ୍ଷତିପୂରଣ । କ୍ଷତିପୂରଣ ପାଇବାକୁ ଦୀର୍ଘ 6 ମାସ ହେଲା କସରତ କରୁଛନ୍ତି ଗ୍ରାମବାସୀ । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଭୂ-ଅର୍ଜନ ଅଧିକାରୀଙ୍କ ଦେଖା ମିଳୁ ନ ଥିବାବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡ଼ା କଲୋନୀବାସୀ ପ୍ରାୟ 6 ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ସେଥିପ୍ରତି ପ୍ରତି କାହାରି ନିଘା ନାହିଁ ।

ରେଳପଥ ପାଇଁ ଜମି ନେଲେ ହେଲେ କ୍ଷତିପୂରଣ ଦେଲେନି

ଜମି ବାବଦକୁ କ୍ଷତିପୂରଣ ରାଶି ସେମାନଙ୍କୁ ମିଳିବ ନା ନାହିଁ । ଯଦି ମିଳିବ ତେବେ କେବେ ମିଳିବ । ସେନେଇ ସେମାନଙ୍କୁ ସୂଚନା ମଧ୍ୟ ଦିଆ ଯାଉନାହିଁ । ବୁଗୁଡା ଷ୍ଟେସନ ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ ଜଙ୍ଗଲ ଜମିର ଆଳ ଦେଖାଇ ରେଳ ବିଭାଗ ବିନା କ୍ଷତି ପୂରଣରେ ଲୋକଙ୍କ ଜମି ନେଇଯିବାକୁ ବସିଛି । ଏହାର ପ୍ରତିବାଦରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ମଧ୍ୟ ଚାଲିଛି । ପ୍ରଶାସନ ସେମାନଙ୍କ କଥା ଶୁଣିବ ବୋଲି ଆଶା ରଖିଛନ୍ତି । ୧୯୫୫ରୁ ସରକାର ବିଭିନ୍ନ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀଙ୍କୁ ଆଣି ଏଠାରେ ଥଇଥାନ କରି ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଛନ୍ତି । ମାତ୍ର ଏହାକୁ ଅଣଦେଖା କରି ସେମାନଙ୍କୁ କ୍ଷତିପୂରଣ ଦେବା ବଦଳରେ ଜମି ଛଡ଼ାଇ ନେବାକୁ ଉଦ୍ୟମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବଦଳିବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ରୂପରେଖ, ଭିତ୍ତିଭୂମିର ବିକାଶ ପାଇଁ 2 କୋଟି 97 ଲକ୍ଷ ମଞ୍ଜୁର

ଏନେଇ ଗ୍ରାମବାସୀ କହିଛନ୍ତି, " ସରକାର ଆମ କଥାକୁ ଗୁରୁତ୍ବ ଦେଉ ନାହାନ୍ତି । କଲେକ୍ଟର ଅଫିସ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ ସଭିଙ୍କୁ ଜଣାଇଥିଲେ ମଧ୍ୟ କେହି ଆମ କଥା ଶୁଣୁନାହାନ୍ତି । ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ । ଯଦି ସରକାର ଭଲରେ ନଶୁଣନ୍ତି ତେବେ ଜବରଦସ୍ତ ଆମ ଅଧିକାର ଜଣାଇବୁ । " ଯେଉଁ ଜମିରେ ସେମାନେ ରହୁଛନ୍ତି ତାହା ନିଜର ବୋଲି ଦାବି କରୁଥିବା ବେଳେ ପ୍ରଶାସନ କହୁଛି ଏହା ଜଙ୍ଗଲ ଜମି । ତେଣୁ ଏପରି ସ୍ଥଳେ ବିବାଦ ଦେଖା ଦେଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.