ETV Bharat / state

ବେଆଇନ କ୍ରସର ନିର୍ମାଣକୁ ବିରୋଧ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

author img

By

Published : Feb 26, 2021, 12:39 PM IST

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିବାଡ଼ି ଗ୍ରାମରେ ବେଆଇନ କ୍ରସର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ...

ପ୍ରଶାସନକୁ ଭେଟିଲେ ଗ୍ରାମବାସୀ
ପ୍ରଶାସନକୁ ଭେଟିଲେ ଗ୍ରାମବାସୀ

ନୟାଗଡ: ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିବାଡ଼ି ଗ୍ରାମରେ କ୍ରସର ବସାଇବାକୁ ନେଇ ପ୍ରସ୍ତୁତି ଚାଲିଛି । ଏହି କ୍ରସର ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

କ୍ରସର ନିର୍ମାଣ ହେବା ଫଳରେ ଗ୍ରାମର ଆଦିବାସୀ ହରିଜନ ଲୋକେ ଭୟଭୀତ ହୋଇଛନ୍ତି । ଏନେଇ ଗୁରୁବାର ଜିଲ୍ଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ନିର୍ମାଣଧୀନ କ୍ରସରକୁ ବନ୍ଦ କରିବାକୁ ସରପଞ୍ଚ ଧ୍ରୁବ ଚରଣ ନାଏକ ପୂର୍ବତନ ସରପଞ୍ଚ ପ୍ରତିମା ଜେନାଙ୍କ ସମେତ ବହୁ ବ୍ୟକ୍ତି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ ମଧ୍ୟ କ୍ରସର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.